Masthead

ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ । ମଧ୍ୟପ୍ରାଚ୍ୟ ଇତିହାସରେ ସବୁଠାରୁ ଶକ୍ତିଶାଳୀ ବିସ୍ଫୋରଣ। ଇରାନର ସବୁ ସାମରିକ ସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ ଦାବି କଲେ ରାଷ୍ଟ୍ରପତି ଟ୍ରମ୍ପ । ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଦ୍ବାରା ଭୟଙ୍କର ଆକ୍ରମଣ ହୋଇଛି’। ଇରାନର ତୈଳ ହବ୍ ଭାବେ ଜଣାଶୁଣା ଖାର୍ଗ ଦ୍ୱୀପ ଧ୍ୱଂସ । ଖାର୍ଗ ଦ୍ବୀପ ମାଧ୍ୟମରେ ପ୍ରାୟ ୯୫% ତୈଳ ରପ୍ତାନି ହୋଇଥାଏ। ସୋସିଆଲ୍ ମିଡିଆରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦ୍ବାରା ଭୟଙ୍କର ବୋମା ଆକ୍ରମଣ କରାଯାଇଛି। ଖାର୍ଗ ଦ୍ୱୀପ ଇରାନର ତୈଳ ହବ୍ ଭାବେ ଜଣାଶୁଣା ।

ଏହି ଦ୍ବୀପ ମାଧ୍ୟମରେ ୯୦-୯୫% ଅଶୋଧିତ ତୈଳ ରପ୍ତାନି କରାଯାଇଥାଏ। ବିଶ୍ୱ ତୈଳ ବଜାର ପାଇଁ ଏହାର ଗୁରୁତ୍ୱ ଏତେ ଅଧିକ ଯେ, ଏଠାରେ କୌଣସି ପ୍ରକାର ଆକ୍ରମଣ ହେଲେ ତାହା ବିଶ୍ୱ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବାର ଆଶଙ୍କା ରହିଥାଏ । ଏଠାରେ ଇରାନ ସାମରିକ କାର୍ଯ୍ୟକଳାପ ମଧ୍ୟ କରିଥାଏ। ଟ୍ରମ୍ପଙ୍କ ସୂଚନା ଅନୁଯାୟୀ, କେବଳ ଏଠାକାର ସାମରିକ ଟାର୍ଗେଟ୍ ଗୁଡ଼ିକୁ ନିଶାନା କରିଛି ଆମେରିକା ।ଯଦି ଇରାନ ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜକୁ ବାଧାଦିଏ ତେବେ ଖାର୍ଗ ଦ୍ବୀପରେ ଥିବା ତୈଳ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଧ୍ୱଂସ କରାଯିବ। ଟ୍ରମ୍ପ ଆହୁରି କହିଛନ୍ତି, ଇରାନ କେବେ ମଧ୍ୟ ପରମାଣୁ ଅସ୍ତ୍ର ପାଇବ ନାହିଁ । ଇରାନର ପ୍ରାୟ ୯୦% ମିସାଇଲ୍ ଧ୍ୱଂସ ହୋଇଯାଇଛି । ପ୍ରତିଆକ୍ରମଣ କଲେ ତେହେରାନକୁ ଆହୁରି ଘାତକ ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ