ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ । ମଧ୍ୟପ୍ରାଚ୍ୟ ଇତିହାସରେ ସବୁଠାରୁ ଶକ୍ତିଶାଳୀ ବିସ୍ଫୋରଣ। ଇରାନର ସବୁ ସାମରିକ ସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ ଦାବି କଲେ ରାଷ୍ଟ୍ରପତି ଟ୍ରମ୍ପ । ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଦ୍ବାରା ଭୟଙ୍କର ଆକ୍ରମଣ ହୋଇଛି’। ଇରାନର ତୈଳ ହବ୍ ଭାବେ ଜଣାଶୁଣା ଖାର୍ଗ ଦ୍ୱୀପ ଧ୍ୱଂସ । ଖାର୍ଗ ଦ୍ବୀପ ମାଧ୍ୟମରେ ପ୍ରାୟ ୯୫% ତୈଳ ରପ୍ତାନି ହୋଇଥାଏ। ସୋସିଆଲ୍ ମିଡିଆରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦ୍ବାରା ଭୟଙ୍କର ବୋମା ଆକ୍ରମଣ କରାଯାଇଛି। ଖାର୍ଗ ଦ୍ୱୀପ ଇରାନର ତୈଳ ହବ୍ ଭାବେ ଜଣାଶୁଣା ।

ଏହି ଦ୍ବୀପ ମାଧ୍ୟମରେ ୯୦-୯୫% ଅଶୋଧିତ ତୈଳ ରପ୍ତାନି କରାଯାଇଥାଏ। ବିଶ୍ୱ ତୈଳ ବଜାର ପାଇଁ ଏହାର ଗୁରୁତ୍ୱ ଏତେ ଅଧିକ ଯେ, ଏଠାରେ କୌଣସି ପ୍ରକାର ଆକ୍ରମଣ ହେଲେ ତାହା ବିଶ୍ୱ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବାର ଆଶଙ୍କା ରହିଥାଏ । ଏଠାରେ ଇରାନ ସାମରିକ କାର୍ଯ୍ୟକଳାପ ମଧ୍ୟ କରିଥାଏ। ଟ୍ରମ୍ପଙ୍କ ସୂଚନା ଅନୁଯାୟୀ, କେବଳ ଏଠାକାର ସାମରିକ ଟାର୍ଗେଟ୍ ଗୁଡ଼ିକୁ ନିଶାନା କରିଛି ଆମେରିକା ।ଯଦି ଇରାନ ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜକୁ ବାଧାଦିଏ ତେବେ ଖାର୍ଗ ଦ୍ବୀପରେ ଥିବା ତୈଳ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଧ୍ୱଂସ କରାଯିବ। ଟ୍ରମ୍ପ ଆହୁରି କହିଛନ୍ତି, ଇରାନ କେବେ ମଧ୍ୟ ପରମାଣୁ ଅସ୍ତ୍ର ପାଇବ ନାହିଁ । ଇରାନର ପ୍ରାୟ ୯୦% ମିସାଇଲ୍ ଧ୍ୱଂସ ହୋଇଯାଇଛି । ପ୍ରତିଆକ୍ରମଣ କଲେ ତେହେରାନକୁ ଆହୁରି ଘାତକ ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ