Masthead

ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ହାତ ମିଶାଇଲେ ୬ ଦେଶ । ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଓ ଜାପାନ । ହର୍ମୁଜକୁ ନେଇ ୬ ଦେଶ ପକ୍ଷରୁ ମିଳିତ ବୟାନ ଜାରି । ହର୍ମୁଜ ଦେଇ ଯିବା ଆସିବା କରୁଥିବା ଜାହାଜର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ନିକଟରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କଲେ । ଏପରି ଆକ୍ରମଣ ବିଶ୍ୱସ୍ତରରେ ଶକ୍ତି କ୍ଷେତ୍ରକୁ ଗଭୀର ପ୍ରଭାବିତ କରିଛି । ହର୍ମୁଜରେ ଜାହାଜର ଗମନାଗମନ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ଅଛୁ କହିଲେ । ସେପଟେ

ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନର ଶାସନକୁ ଶେଷ କରିବେ। ଇରାନ ବିରୋଧରେ ଚାଲିଥିବା ସାମରିକ ଅଭିଯାନ ‘ଅପରେସନ୍ ରାଇଜିଂ ଲାୟନ୍’ ସମ୍ପର୍କରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ସେ କହିଛନ୍ତି ଯେ, ଆମେରିକା ଏବଂ ଇସ୍ରାଏଲ୍ ବର୍ତ୍ତମାନ ଏକାଠି ହୋଇ ଇରାନର ଶାସନ ବ୍ୟବସ୍ଥା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି।  ନେତାନ୍ୟାହୁ କହିଛନ୍ତି, “ମୁଁ ଜୀବିତ ଅଛି ଏବଂ ଆପଣ ସମସ୍ତେ ଏହାର ସାକ୍ଷୀ।”

ଇରାନର ଏହି ଶାସନ ବ୍ୟବସ୍ଥା କେବଳ ଇସ୍ରାଏଲ୍ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ବିପଦ। ଇରାନର ପରମାଣୁ ଓ ମିସାଇଲ୍ ଶକ୍ତିକୁ ମାଟି ତଳେ ପୋତି ହେବା ପୂର୍ବରୁ ହିଁ ଶେଷ କରିବା ଆମର ଲକ୍ଷ୍ୟ। ସେପଟେ ଇରାନ ଯୁଦ୍ଧ ଭିତରକୁ ଆମେରିକାକୁ ଟାଣିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନେତାନ୍ୟାହୁ।  ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଇସ୍ରାଏଲ୍ ନିଜର ସାମରିକ ନିଷ୍ପତ୍ତି ନିଜେ ନିଏ। ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ଆପଣ କଣ ସତରେ ଭାବୁଛନ୍ତି କି କେହି ରାଷ୍ଟ୍ରପତି ଟ୍ରମ୍ପଙ୍କୁ କଣ କରିବାକୁ ହେବ ନିର୍ଦ୍ଦେଶ ଦେଇପାରିବ? ଟ୍ରମ୍ପ ସର୍ବଦା ଆମେରିକାର ହିତକୁ ଦୃଷ୍ଟିରେ ରଖି ନିଜେ ନିଷ୍ପତ୍ତି ନିଅନ୍ତି।” ନେତାନ୍ୟାହୁ ଦାବି କରିଛନ୍ତି ଯେ ଇସ୍ରାଏଲ୍ ଏହି ଯୁଦ୍ଧ ଜିତୁଛି ଏବଂ ଇରାନର ସାମରିକ ଶକ୍ତି କ୍ରମଶଃ ହ୍ରାସ ପାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’