ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି ରାସ୍ତା । ଆଜିଠାରୁ କଳିଙ୍ଗା ଘାଟିରେ ଗଡ଼ିବ ସମସ୍ତ ପ୍ରକାର ଯାନବାହନ । ଗାଡ଼ି ଚଳାଚଳ ପାଇଁ ଅନୁମତି ଦେଲେ କନ୍ଧମାଳ ଜିଲ୍ଲାପାଳ । ଭାରି ବର୍ଷା ଓ ଭୂସ୍ଖଳନ ଆଶଙ୍କା ଯୋଗୁଁ ବନ୍ଦ ରହିଥିଲା କାଳିଙ୍ଗା ଘାଟି ରାସ୍ତା । ସେପ୍ଟେମ୍ବର ୨୩ ତାରିଖରୁ ଯାତାୟାତ ଉପରେ ଲାଗିଥିଲା କଟକଣା । ରାସ୍ତା ମରାମତି ପରେ ଯାନବାହନ ଚଳାଚଳକୁ ମିଳିଲା ଅନୁମତି ।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିଲା । ଏଥିସହ ଏକ ବ୍ରିଜ୍ ଧୋଇଯିବାରୁ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରିଥିଲା ପ୍ରଶାସନ । ଫଳରେ ଗଞ୍ଜାମ ଓ କନ୍ଧମାଳ ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଥିଲା । ମରାମତି ଓ ଆବଶ୍ୟକୀୟ ପଦକ୍ଷେପ ପରେ ଏବେ ରାସ୍ତାରେ ଯାତାୟାତକୁ ଅନୁମତି ମିଳିଛି । ବିଶେଷକରି ଗାଜଲବାଡ଼ି-ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ୪ ଚକିଆ ଗାଡ଼ି ଚଳାଚଳ କରୁଛି ।