ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ବନ୍ୟା ବିପନ୍ନଙ୍କ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ। ରିଲିଫ୍ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କରିବାକୁ ନିବେଦନ। ବାତ୍ୟା ଓ ବନ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ହଜାର ହଜାର ପରିବାର ପ୍ରଭାବିତ ହୋଇଥିବାବେଳେ, ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ଜିଲ୍ଲାବାସୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ରିଲିଫ୍, ପାନୀୟ ଜଳ, ଚିକିତ୍ସା ଓ ପୁନର୍ବାସ କାର୍ଯ୍ୟକୁ ବ୍ୟାପକ କରାଯାଇଥିବା ବେଳେ, ଏହି ସାମୂହିକ ପ୍ରୟାସକୁ ଆହୁରି ମଜବୁତ କରିବା ପାଇଁ ସ୍ୱେଚ୍ଛାକୃତ ସହଯୋଗ ଲୋଡ଼ାଯାଇଛି।

ଜିଲ୍ଲାର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ପିଏସୟୁ, ପଞ୍ଚାୟତିରାଜ ପ୍ରତିଷ୍ଠାନ, ବ୍ୟାଙ୍କ ଏବଂ ଶିକ୍ଷାନୁଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଗୋଟିଏ ଦିନର ଦରମା ବନ୍ୟା ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିମନ୍ତ୍ରଣ କରାଯାଇଛି। କାର୍ଯ୍ୟାଳୟ ମୁଖ୍ୟଙ୍କ ଜରିଆରେ କିମ୍ବା QR କୋଡ୍ ସ୍କାନ କରି ସିଧାସଳଖ ସହାୟତା ଦେହ ହୋଇପାରିବ ଏବଂ ଟ୍ରାଞ୍ଜାକ୍ସନ୍‌ର ସ୍କ୍ରିନସଟ୍ ହ୍ୱାଟ୍ସଆପ୍ ନମ୍ବର ୯୪୩୮୫୨୯୫୬୭ରେ ପଠାଇବାକୁ କୁହାଯାଇଛି। ସହାୟତାରେ ସ୍ୱଚ୍ଛତା ବଜାୟ ରଖାଯିବା ସହ ଗଞ୍ଜାମର ଲୋକେ ପୁଣିଥରେ ସେବା ଓ କରୁଣାର ମନୋଭାବ ଦେଖାଇବେ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ଆଶଙ୍କା 🔴 ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ରେଡ୍ 🔴 ମାଲକାନଗିରିରେ ମହାବଳ ବାଘ 🔴 ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା 🔴 ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା 🔴 ଖୋଲିଲା ବାଲିମେଳା ଗେଟ୍ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ଆଶଙ୍କା 🔴 ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ରେଡ୍ 🔴 ମାଲକାନଗିରିରେ ମହାବଳ ବାଘ 🔴 ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା 🔴 ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା 🔴 ଖୋଲିଲା ବାଲିମେଳା ଗେଟ୍