Masthead

୪୫ ଡିଗ୍ରୀ ଛୁଇଁପାରେ ତାତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ଆହୁରି ଭୟାନକ ତାତି । ୧୯ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ୪ ଦିନରେ ୪ ଡିଗ୍ରୀ ବଢିବ ପାରଦ । ଆଜି ୪୫ ଡିଗ୍ରୀ ଛୁଇଁପାରେ ତାତି । ମଙ୍ଗଳବାର ଟିଟିଲାଗଡ଼ରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୪୩ ଡିଗ୍ରୀ ରହିବ । ୧୯ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ବହିବ । ଦିନ ତାପମାତ୍ରା ଆହୁରି ବଢ଼ିବ । ଆସନ୍ତା ୪ଦିନରେ ଆହୁରି ୪ଡିଗ୍ରୀ ବଢ଼ିପାରେ । ପାଣିପାଗ ବିଭାଗ ତାତିକୁ ନେଇ ପୂର୍ବାନୁମାନ ଜାରି କରିବା ସହ ଏଭଳି ସତର୍କ କରାଇଛି । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳ ତାତିରେ କଲବଲ ହେବ । ଉପକୂଳ ଅଞ୍ଚଳରେ ଅପେକ୍ଷାକୃତ କମ୍ ତାତି ଅନୁଭୂତ ହେଲେ ବି ୪୦ ଡିଗ୍ରୀ ପାଖାପାଖି ରହିବ । ଏଠାରେ ଗରମସାଙ୍ଗକୁ ଭୀଷଣ ଗୁଳୁଗୁଳି ହୋଇପାରେ ।

ସୋମବାର ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୪୦.୮, ସମ୍ବଲପୁର, ହୀରାକୁଦ ଓ ଭବାନୀପାଟଣାରେ ୪୦.୪, ବଲାଙ୍ଗୀରରେ ୪୦.୨, ସୋନପୁର ଓ ଅନୁଗୁଳରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ତେବେ ଛୋଟ ପିଲା, ବରିଷ୍ଠ ନାଗରିକ, ଅସୁସ୍ଥ ଥିବା ଲୋକେ ଖରାରେ ବାହାରକୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଅନ୍ୟମାନେ ଖରାରୁ ରକ୍ଷା ପାଇଁ ଛତା ବ୍ୟବହାର କରିବା ସହ ମୁଣ୍ଡକୁ କପଡ଼ାରେ ଘୋଡ଼ାଇବା ସହ ହାଲୁକା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ 🔴 ପୁରୀରୁ ଗିରଫ ହେଲେ TMC ବିଧାୟକ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ 🔴 ପୁରୀରୁ ଗିରଫ ହେଲେ TMC ବିଧାୟକ