Masthead

ଇସ୍ତଫା ଦେବେ ବ୍ରିଟେନ୍ ପିଏମ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବ୍ରିଟେନରେ ରାଜନୈତିକ ହଟଚମଟ । ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍। ନିଜ ଦଳର ୧୦୦ରୁ ଊର୍ଦ୍ଧ୍ୱ ସାଂସଦ ବିରୋଧ କରୁଥିବା ଚର୍ଚ୍ଚା।   ବ୍ରିଟିଶ ଖବରକାଗଜ ‘ଦି ଅବ୍‌ଜର୍ଭର୍‌’  ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କ୍ୟାବିନେଟ ମନ୍ତ୍ରୀ,  ପରାମର୍ଶଦାତା ଓ ଟ୍ରେଡ୍‌ ୟୁନିଅନ ନେତାଙ୍କ  ସହ ଷ୍ଟାର୍ମର ଆଲୋଚନା କରିବା ପରେ ସେ  ପଦରେ ଆଉ ରହିବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଛି । ଷ୍ଟାର୍ମରଙ୍କ ଲେବର  ପାର୍ଟିର ୧୦୦ରୁ ଅଧିକ ସାଂସଦ ତାଙ୍କୁ  ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି ।

ଷ୍ଟାର୍ମର ଯଦି ଇସ୍ତଫା ଦିଅନ୍ତି ତେବେ ଗତ  ୧୦ ବର୍ଷ ଭିତରେ ସମୟ ପୂର୍ବରୁ ପଦ  ଛାଡିବାରେ ସେ ହେବେ ଷଷ୍ଠ ପ୍ରଧାନମନ୍ତ୍ରୀ ।  କାରଣ ଏହା ପୂର୍ବରୁ ଡେଭିଡ କ୍ୟାମେରନ,  ଥେରେସା ମେ, ବୋରିସ୍‌ ଜନସନ, ଲିଜ  ଟ୍ରସ୍‌ ଏବଂ ରୁଷି ସୁନକ ନିଜ କାର୍ଯ୍ୟକାଳ  ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ।  ଗତ ଶୁକ୍ରବାର ଉପନିର୍ବାଚନରେ  ଷ୍ଟାର୍ମରଙ୍କ ବିରୋଧୀ ତଥା ଲେବର ପାର୍ଟିର  ଅନ୍ୟତମ ନେତା ଆଣ୍ଡି ବର୍ଣ୍ଣହାମ୍‌ ବିଜୟୀ  ହୋଇଥିଲେ । ତାଙ୍କୁ ଅଧିକାଂଶ ସାଂସଦ  ସମର୍ଥନ କରୁଥିବାରୁ ଷ୍ଟାର୍ମରଙ୍କ ଉପରେ  ଇସ୍ତଫା ଚାପ ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ