ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ବଢିଲା ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଅଡୁଆ। ଏନ୍.ଭାସ୍କର ରାଓଙ୍କ ଅଡୁଆ ଘରେ ଇଓଡବ୍ଲୁ ରେଡ୍। ଟ୍ରକ୍ ୟୁନିଅନ୍ ଆର୍ଥିକ ହେରଫେର ମାମଲାରେ ଚଢାଉ। ଋାୟଗଡା ଟାଉନ୍ ସ୍ଥିତ ବାସଭବନରେ ଛାନଭିନ୍ କରୁଛି ଟିମ୍। ଟ୍ରକ୍ ମାଲିକ ସଂଘର ୮୦ କୋଟି ଟଙ୍କା ଠକେଇ ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ରାୟଗଡ଼ା ବାସଭବନରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅତର୍କିତ ଚଢ଼ାଉ କରାଯାଇଛି। ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୨୧ ଜଣିଆ ସ୍ୱତନ୍ତ୍ର ଟିମ୍ ଘରେ ପଶି ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଯାଞ୍ଚ କରିବା ସହ ଖୋଳତାଡ଼ ଜାରି ରଖିଛନ୍ତି।
Prev Post
ଆଗକୁ ପଢନ୍ତୁ