ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଟ୍ରାକ୍ଟରରେ ଗଲେ ମନ୍ତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଟ୍ରାକ୍ଟରରେ ଗଲେ ମନ୍ତ୍ରୀ । ସରକାରୀ ଗାଡ଼ି ଛାଡ଼ି ଟ୍ରାକ୍ଟରରେ ଗଲେ ମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଉମରକୋଟ ବ୍ଲକ ବେହେଡ଼ା ପଞ୍ଚାୟତର ଲିମାଗୁଡା ଠାରୁ ଶିଉନାଗୁଡା ପର୍ଯ୍ୟନ୍ତ ‘ମୁଖ୍ୟମନ୍ତ୍ରୀ ରାସ୍ତା’ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ଥିଲା। ଏହି ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ହେଲେ ପ୍ରାୟ ଦୁଇ କିଲୋମିଟର ରାସ୍ତା ଏଭଳି ଶୋଚନୀୟ ଥିଲା ଯେ ସାଧାରଣ ଗାଡ଼ି ଯିବା ଅସମ୍ଭବ ଥିଲା। ଶେଷରେ ବିକାଶର ବାର୍ତ୍ତା ନେଇ ମନ୍ତ୍ରୀ, ତାଙ୍କ ସହ ଥିବା ସରକାରୀ କର୍ମଚାରୀ ଓ ଦଳୀୟ କର୍ମୀମାନେ ଏକ ଟ୍ରାକ୍ଟର ଯୋଗେ ଶିଉନାଗୁଡା ଗ୍ରାମରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ମନ୍ତ୍ରୀ ରାସ୍ତା କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅଞ୍ଚଳରେ ଥିବା ଶିଉନଗୁଡା, ଢଂଗଡମାଲ ଏବଂ ଭାଲୁଗୁଡ଼ା ଭଳି ଗାଁର ଲୋକେ ଦୀର୍ଘ ଦିନ ଧରି ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ମନ୍ତ୍ରୀ ନିଜେ ଏହି ସମସ୍ୟାକୁ ଅନୁଭବ କରିବା ସହ ରାସ୍ତାର ଶିଳାନ୍ୟାସ କରିଥିବାରୁ, ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ଲୋକେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର