Masthead

ନଦୀରେ ସିଲିଣ୍ଡର ବନ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାଣିରେ ଭାସିଲା ୩୦୦୦ ହଜାର ଗ୍ୟାସ ସିଲିଣ୍ଡର । କଥାଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ସତ । ଆଖିରେ ନଦେଖିଲେ ବିଶ୍ୱାସ ହେବନି । ହଠାତ୍ ବନ୍ୟା ମାଡି ଆସିବାରୁ ଗ୍ୟାସ୍ ଗୋଦାମ ଭିତରେ ପଶିଥିଲା ବନ୍ୟାଜଳ । ଯାହା ଫଳରେ ଗୋଦାମ ଭିତରେ ଥିବା ପାଖାପାଖି ୩୦୦୦ ଗ୍ୟାସ ସିଲିଣ୍ଡର ଭାସିଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହାରାଷ୍ଟ୍ରର ରାୟଗଡ ଜିଲ୍ଲା ଖାଲାପୁର ଅଞ୍ଚଳ ।

ହଠାତ ନଦୀରେ ଆସିଥିଲା ବନ୍ୟା । ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ଏକ ବଟଲିଂ ପ୍ଲାଣ୍ଟରୁ ପ୍ରାୟ ୩୦୦୦ ଗ୍ୟାସ ସିଲିଣ୍ଡର ପାତାଲଗଙ୍ଗା ନଦୀରେ ଭାସି ଯାଇଥିଲା । କିଛି ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି ଥିବା ବେଳେ ବାକି ସିଲିଣ୍ଡର ଖାଲି ଥିବା ଜଣାପଡ଼ିଛି । ଆଉ ସବୁଠୁ ବଡ଼ କଥା ହେଉଛି ସ୍ଥାନୀୟ ଲୋକେ ନଦୀରେ ସିଲିଣ୍ଡର ଭାସୁଥିବା ଥିବା ଦେଖି ଆଖି ପିଛୁଳାକେ ରଶି ଲଗାଇ କୂଳକୁ ଆଣିଥିଲେ । ସେପଟେ ରାୟଗଡ ଜିଲ୍ଲା ମାଜିଷ୍ଟ୍ରେଟ୍ ନାଗରିକ ମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଗୁଡିକ ନିଜ ପାଖରେ ନରଖି ତହସିଲ କାର୍ଯ୍ୟାଳୟ କିମ୍ବା ଏକ ଅଧିକାର ପ୍ରାପ୍ତ ଏଚପିସିଏଲ ଡିଲରଙ୍କ ପାଖେ ଜମା କରନ୍ତୁ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନଦୀରେ ସିଲିଣ୍ଡର ବନ୍ୟା 🔴 ଖୋଲିଲା ହୀରାକୁଦର ୪ ଗେଟ୍ 🔴 ଆମେରିକା ଆକ୍ରମଣରେ ଥରହର ଇରାନ 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ 🔴 ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଭୁବନେଶ୍ୱର କୋର୍ଟକୁ ବୋମା ଧମକ 🔴 ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର 🔴 ପାକିସ୍ତାନୀ କାର୍ଗୋ ବିମାନ ନିଖୋଜ 🔴 ମଧ୍ୟପ୍ରାଚ୍ୟରେ ପୁଣି ବଢିଲା ଉତ୍ତେଜନା 🔴 ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 🔴 ନଦୀରେ ସିଲିଣ୍ଡର ବନ୍ୟା 🔴 ଖୋଲିଲା ହୀରାକୁଦର ୪ ଗେଟ୍ 🔴 ଆମେରିକା ଆକ୍ରମଣରେ ଥରହର ଇରାନ 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ 🔴 ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଭୁବନେଶ୍ୱର କୋର୍ଟକୁ ବୋମା ଧମକ 🔴 ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର 🔴 ପାକିସ୍ତାନୀ କାର୍ଗୋ ବିମାନ ନିଖୋଜ 🔴 ମଧ୍ୟପ୍ରାଚ୍ୟରେ ପୁଣି ବଢିଲା ଉତ୍ତେଜନା 🔴 ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି