Masthead

ଗାଁ ଭୋଟ ପାଇଁ ଜାତି ରଣନୀତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜନୀତିର ସେଣ୍ଟରରେ ଓବିସି ପଲିଟକ୍ସ । ପଞ୍ଚାୟତ ଭୋଟର ନୂଆ ପଲିଟିକାଲ କାର୍ଡ । କହିବା ପାଇଁ ଗଲେ ଭୋଟ ହାତେଇବାର ନୂଆ ରଣକୌଶଳ । ଯାହାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ ଓବିସି କାର୍ଡକୁ ଯେଭଳି ଢଙ୍ଗରେ ଖେଳିଛି । ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର । ନବୀନ ହେଉଛନ୍ତି ବିଜୁ ବିରୋଧୀ । ଓବିସି ସଂରକ୍ଷଣକୁ ନେଇ ନବେ ଦଶକରେ ମଣ୍ଡଳ କମିଶନ ଯେଉଁ ସୁପାରିସି କରିଥିଲେ । ବିଜୁ ପଟ୍ଟନାୟକ ମଣ୍ଡଳ କମିଶନଙ୍କ ସୁପାରିସ ଲାଗୁ କରିବା ନିଷ୍ପତି ସିଧାସଳଖ ବିରୋଧ କରିଥିଲେ । ଭୋଟ ପାଇଁ ଏଭଳି ରାଜନୀତି କରିବା ଉଚିତ ନୁହେଁ ବୋଲି ବିଜୁ ମତ ରଖିଥିଲେ । ବିଜୁଙ୍କ ଯୁକ୍ତି ଥିଲା, ଜାତି ଭିତ୍ତିରେ ନୁହେଁ । ମଣିଷର ଆର୍ଥିକ ସ୍ଥିତି ଆଧାରରେ ସଂରକ୍ଷଣ ବ୍ୟବସ୍ଥା ହେବା ଉଚିତ । ଯଦି କାହାକୁ ଆଗକୁ ନେବାର ଅଛି ତାହାର ଜାତି ଦେଖାଯିବା ଉଚିତ୍ ନୁହେଁ । କାହିଁକି ନା ଗରିବର କୌଣସି ଜାତି ନାହିଁ । ବିଜୁଙ୍କ ସ୍ୱପ୍ନ କଥା ବାରମ୍ବାର କହୁଥିବା ନବୀନ ଏବେ ତାଙ୍କ ବାପାଙ୍କର ହିଁ ବିରୋଧୀ ।

ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଓବିସି କାର୍ଡ ଖେଳି ଏହା ପ୍ରମାଣ କରିଛନ୍ତି । ବିଜୁ ଜାତି କାର୍ଡକୁ ବିରୋଧ କରୁଥିବା ବେଳେ । ନବୀନ ଜାତି କାର୍ଡ ଖେଳୁଛନ୍ତି । ସେପଟେ ବରିଷ୍ଠ ରାଜନେତା ଦାମ ରାଉତ ଏହି ପ୍ରସଙ୍ଗରେ ନବୀନଙ୍କୁ ତେରଛା ବାଣ ମାରିଛନ୍ତି । ବିଜେଡି ଜାତି ଭିତ୍ତିକ ଜନଗଣନା ଏବଂ ଓବିସି କାର୍ଡକୁ ନେଇ କଟାକ୍ଷ କରିଛନ୍ତି । ଅନ୍ୟପଟେ ଯଦି ଦେଖିବା କେବଳ ବିଜେଡି କାହିଁକି? ବିରୋଧୀ କଂଗ୍ରେସ ଏବଂ ବିଜେପି ବି ଓବିସି କାର୍ଡ ଖେଳୁଛନ୍ତି । ରାଜନୀତିର ଗୋଟି ଚାଳନାରେ କାଳେ ଦଳ ପଛରେ ପଡିଯିବ । ସେଇ ଭୟରେ କଂଗ୍ରେସ ଏବଂ ବିଜେପି ଓବିସି ସଂରକ୍ଷଣକୁ ସମର୍ଥନ କରୁଛନ୍ତି । ତେବେ ଶାସକ ବିଜୁ ଜନତା ଦଳର ଟାଲୁଟଳ ନୀତିକୁ ବିରୋଧ କରୁଛନ୍ତି ବିରୋଧୀ । ଏପରି ସମୟରେ ଆଗକୁ ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ ସଂରକ୍ଷଣ ଉପରେ ଆଲୋଚନ ହେବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ଏବେ କେବଳ ବିଧାନସଭା ଅଧିବେଶନକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ