Masthead

ବିରୋଧୀ ଡରୁଛନ୍ତି, ସେଥିପାଇଁ ଆଲୋଚନାରୁ ଦୂରେଇ ଯାଉଛନ୍ତି: ପୀୟୁଷ ଗୋୟଲ

ମଣିପୁର (ବଡ଼ ଖବର ବ୍ୟୁରୋ): ସଂସଦରେ ମଣିପୁର ତାତି । ବିରୋଧୀଙ୍କ ଆରୋପ ଓ ସରକାରଙ୍କ ପ୍ରତ୍ୟାରୋପ ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ମଣିପୁରବାସୀ । ବିରୋଧୀ ମେଂଟ ଇଣ୍ଡିଆ ମଣିପୁରରୁ ଫେରିବା ପରେ ସରଗରମ ହୋଇପଡିଛି ସଂସଦ । ହିଂସା ପାଇଁ ମଣିପୁର ପୋଲିସକୁ ନେଇ ଦାୟୀ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ । ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡିଛି । ମଣିପୁରରେ କ୍ୟାମ୍ପ ବୁଲି ପ୍ରଭାବିତ ଲୋକଙ୍କୁ ଭେଟିଥିଲା ଇଣ୍ଡିଆ । ଶରଣାର୍ଥୀ ଶିବିରରେ ଥିବା ଲୋକଙ୍କ ଦୁଃଖ ରାଜ୍ୟପାଳଙ୍କୁ ଅବଗତ କରାଇଛି ଇଣ୍ଡିଆ । ଅଧୀର ରଂଜନ ଚୌଧୁରୀ କହିଛନ୍ତି ଦେଶକୁ ବଂଚାଇବାର ଅଛି । ବିଜେପି ସମର୍ଥିତ ସବୁ ରାଜନୈତିକ ଦଳ ମଣିପୁର ଯାଇ ଯାଇ ସ୍ଥିତି ସମୀକ୍ଷା କରିବା ଆକଶ୍ୟକ ।

ସେପଟେ ରାଜ୍ୟସଭାରେ ଲିଡର ଅଫ ଦି ହାଉସ ପୀୟୁଷ ଗୋୟଲ କହିଛନ୍ତି, ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସ୍ପଷ୍ଟ ଭାବେ କହିଛୁ ସେ ଯେତେବେଳେ ଚାହିଁବେ ଆମେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରାଜି ଅଛୁ । ଆମେ ବିରୋଧୀଙ୍କୁ ୧୦ଦିନ ଆଲୋଚନା କରିବାକୁ ଅନୁରୋଧ କରୁଛୁ । ବିରୋଧୀ ଡରୁଛନ୍ତି, ସେଥିପାଇଁ ଆଲୋଚନାରୁ ଦୂରେଇ ଯାଉଛନ୍ତି ।

ଇଣ୍ଡିଆ ଓ ଏନ୍ଡିଏର ରାଜନୀତି ଭିତରେ ମଣିପୁରବାସୀଙ୍କ ଭାଗ୍ୟ ଝୁଲୁଛି । ହିଂସା ଥମୁନି । ପ୍ରତିଦିନ ଧନଜୀବନ ବିପନ୍ନ ହେବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର