Masthead

ରାଜରାସ୍ତାରେ ଗଜରାଜ, ମାଗୁଛି ଖାଦ୍ୟ

କୋଇଡା (ବଡ଼ ଖବର ବ୍ୟୁରୋ): ରାଜ ରାସ୍ତାରେ ଗଜରାଜ । ଗାଡି ଅଟକାଇ ଶୁଣ୍ଢରେ ମାଗୁଛି ଖାଦ୍ୟ । ଖାଇ ସାରିଲେ ଛାଡୁଛି ଗାଡି , ନ ଦେଲେ କରୁଛି ଭଙ୍ଗାରୁଜା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରସୁଁଆ ରେଞ୍ଜ ଟେନ୍ସା  ବରସୁଁଆ ରାଜରାସ୍ତାରେ । ଏକ ହାତୀ କିଛିଦିନ ହବ ଖଣି ବୋଝେଇ ଟ୍ରକ ଟିପର ଗୁଡିକୁ ଅଟକାଇ ଖାଦ୍ୟ ଅନ୍ୱେଷଣରେ ଚାଳକମାନଙ୍କ ନିକଟକୁ ଶୁଣ୍ଢ ବଢାଇ ଖାଦ୍ୟ ମାଗୁଛି । ହାତୀର ଏପରି ବ୍ୟବହାରରେ ଗତ କିଛିଦିନ ହେବ ଦେଖିବାକୁ ମିଳିଛି ।

ଖାଦ୍ୟ ଖାଇ ସାରିବା ପରେ ହାତିଟି ଘାଟି ରାସ୍ତାରୁ ଜଙ୍ଗଲ ମଧ୍ୟକୁ ଚାଲିଯାଏ , ନଦେଲେ ଗାଡି ଭଙ୍ଗାରୁଜା କରେ । ସୋମବାର ମଧ୍ୟ ହାତୀ ପାଇଁ ରାତିରେ ୨ ଘଣ୍ଟା ଧରି ଟେନ୍ସା  ବରସୁଁଆ ଘାଟିରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଯାହାଫଳରେ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଅନେକ ଯାତ୍ରୀ ହାତୀ ଦେଖିବାକୁ ଭିଡ କରିଥିଲେ । ସୋମବାର ରାଉରକେଲାରୁ ଟେନସା କ୍ୟାମ୍ପର ଯୋଗେ ଆସୁଥିବା ନରସିଂହ ମହାକୁଡ ଓ ଅଜୟ ରାଉତକୁ ହାତୀ ଗାଡି ଅଟକାଇ ଭଙ୍ଗାରୁଜା କରିଥିଲା।

ଏମିତିକି ଦୁଇଜଣ ଖସି ଯିବାକୁ ଉଦ୍ୟମ କରି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା ।ଗାଡି ଚାଳକଙ୍କ କହିବା ଅନୁସାରେ ହାତୀଟି ବେଶ କିଛିଦିନ ହେବ ରାଜରାସ୍ତାକୁ ଆସି ଗାଡି ଚାଳକମାନଙ୍କ ଠାରୁ ଖାଦ୍ୟ ଖାଇ ସାରିବା ପରେ ଜଙ୍ଗଲକୁ ଫେରି ଯାଉଛି । କିନ୍ତୁ ନ ଦେଲେ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର