Masthead

ଆମେରିକା-ଇରାନ ଯୁଦ୍ଧ, ବିଶ୍ୱ ପ୍ରଭାବିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମଧ୍ୟପ୍ର।ଚ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଶେଷ ହେବା ପରେ ସ୍ଥିତି ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛି । ଏହାର ପ୍ରଭାବରେ ବିଶ୍ୱ ପାଇଁ ଶକ୍ତି ଯୋଗାଣର ପ୍ରମୁଖ ମାର୍ଗ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ଅଶୋଧିତ ତୈଳ ଦର ପୁଣି ବୃଦ୍ଧି ପାଇବାର ଆଶାଙ୍କା ଦେଖାଦେଇଛି । ସାରା ବିଶ୍ୱରେ ପୁଣି ଥରେ ଚିନ୍ତାର ବିଷୟ ପାଲଟିଛି । ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଆମେରିକା ଓ ଇରାନ ମଧ୍ୟରେ ଥିବା ଶାନ୍ତି ଚୁକ୍ତି ଶେଷ ହୋଇଛି। ଏହାପରେ ଆମେରିକା ଇରାନ ବିରୋଧରେ ପୁଣି ଆକ୍ରମଣ ଆରମ୍ଭ କରି ଇରାନର ଦକ୍ଷିଣ ଉପକୂଳରେ ଥିବା ସାମରିକ ଠିକଣାକୁ ଟାର୍ଗେଟ କରିଛି । ହର୍ମୁଜ୍ ଜଳସନ୍ଧି ଦେଇ ଯାଉଥିବା ତିନୋଟି ମାଲବାହୀ ଜାହାଜ ଉପରେ ଇରାନ କରିଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଏହି ସାମରିକ କାର୍ୟ୍ୟାନୁଷ୍ଠାନ କରାଯାଇଛି। ଆମେରିକାର ଏହି ଆକ୍ରମଣର କିଛି ଘଣ୍ଟା ବ୍ୟବଧାନ ପରେ ଇରାନ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଆକ୍ରମଣର ଜବାବରେ ବାହାରିନ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ପାଲଟା ଆକ୍ରମଣ କରାଯିବ । ଯାହା ପାଇଁ ହର୍ମଜ ଜଳସନ୍ଧିକୁ ନେଇ ଉତ୍ତେଜନା ବଢିଛି । ଏଭଳି ସଂଘର୍ଷ ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିପାରେ, ବିଶ୍ୱସ୍ତରୀୟ ଯୋଗାଣ ଚେନ୍ ପ୍ରଭାବିତ ହେବା ସହ ଶକ୍ତି ସଙ୍କଟ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଯଦି ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଏମିତି ଲାଗି ରହେ ତେବେ ବିଶ୍ୱର ଅଧିକାଂଶ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍)ରପ୍ତାନୀରେ ପ୍ରଭାବ ପକାଇବ । କାହିଁକି ନା ସେବୁ ଗୁଡିକ ହର୍ମୁଜ୍ ଜଳସନ୍ଧି ଦେଇ ପରିବହନ ହୁଏ। ଇରାନ ଏହି ଜଳପଥକୁ ଆମେରିକା ବିରୋଧରେ ଚାପ ସୃଷ୍ଟି କରିବାର ଏକ ରଣନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଅର୍ଥନୈତିକ ସଙ୍କଟ ସୃଷ୍ଟି କରିବା ଏବଂ ଅନ୍ୟ ଦେଶଗୁଡ଼ିକ ଉପରେ ଚାପ ବଢ଼ାଇବା ପାଇଁ ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ଅବରୋଧ କରିବାର ପଦକ୍ଷେପ ନେଉଛି । ଯାହା ଫଳରେ ଆମେରିକା ତା ଦାବିକୁ ମାନିବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି। ଯଦି ଇରାନ ପୂର୍ବ ରଣନୀତିକୁ ପୁଣି ଆପଣାଏ, ତେବେ ମାଲବାହୀ ଜାହାଜ ଉପରେ ଆକ୍ରମଣ ଏବଂ ବିଶ୍ୱ ଶକ୍ତି ବାଣିଜ୍ୟରେ ବାଧା ସୃଷ୍ଟି ହୋଇପାରେ। ଏହାଦ୍ୱାରା ତୈଳ ଓ ଗ୍ୟାସ ଯୋଗାଣ ପ୍ରଭାବିତ ହେବା ସହ ବଜାରରେ ଏହାର ପ୍ରଭାବ ପକାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ