Masthead

ଦିଲ୍ଲୀ ମହିଳାଙ୍କ ଠାରୁ ଓଡ଼ିଶା ଯୁବକଙ୍କ ଲୁଟ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିରେ ଲୋକଙ୍କ ଅର୍ଜିତ ଅର୍ଥ ଚୁଟକିରେ ଚୋରି ହୋଇଯାଉଛି । ଆଉ ଏମିତି ଏକ ଖବର ନୂଆଦିଲ୍ଲୀର ଜଣେ ମହିଳାଙ୍କ ଆକାଉଣ୍ଟରୁ ୫୦ହଜାର ଟଙ୍କା ଗାଏବ ହେବାର ଅଭିଯୋଗ ସାମ୍ନାକୁ ଆସିଛି । ତାହାର ଲିଙ୍କ ପୁଣି ଓଡ଼ିଶାରେ ରହିଛି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ କରି କଟକ ଜିଲ୍ଲା ସାଲେପୁର ନାନ୍ଦୋଳଗଡା ଇଟାଫକ୍ଟ୍ରିରେ କାମ କରୁଥିବା ଏକ ଯୁବକକୁ ସାଇବର ଠକେଇ ମାମଲାରେ ଦିଲ୍ଲୀ ପୋଲିସ ଉଠାଇନେଇଛି ।

ଯୁବକ ଜଣଙ୍କ ହେଉଛନ୍ତି ଜଗତସିଂହପୁର କୂମାଙ୍ଗା ରଘୁନାଥପୁର ତହସିଲ ଅଞ୍ଚଳର କ୍ଷୀରୋଦ ବେହେରାଙ୍କ ପୁଅ । କ୍ଷୀରୋଦଙ୍କ ୨୮ବର୍ଷୀୟ ବବୁଲ ବେହେରା ମୋବାଇଲ ନମ୍ବର ୯୩୪୮୧୬୦୦୪୩, ୭୯୯୨୭୪୦୨୫୮ ଦ୍ୱାରା ଠକେଇ କରୁଥିବା ଜଣାପଡିଛି । ଦିଲ୍ଲୀ ଅଞ୍ଚଳର ପୁଷ୍ପା ନାମକ ମହିଳାଙ୍କ ଆକାଉଣ୍ଟରୁ ପାଖାପାଖି ୫୦ହଜାର ଟଙ୍କା ଲୁଟି ଥିବା ନେଇ ଦିଲ୍ଲୀ ସାଇବର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ଦିଲ୍ଲୀ ସାଇବର ଥାନା ପକ୍ଷରୁ କେସ୍ ନଂ୨୧/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଚଳାଇଛି । ଏହି ତଦନ୍ତର ପ୍ରାଥମିକ ପର୍ଯ୍ୟୟରେ ସାଇବର ଠକେଇ ଅଭିଯୋଗରେ ବବୁଲ ବେହେରାକୁ ଅଭିଯୁକ୍ତ ଦର୍ଶାଇ ଏଏସଆଇ ସନ୍ଦୀପ ପୁନିଆଙ୍କ ନେତୃତ୍ୱରେ ଦିଲ୍ଲୀର ଏକ ପୋଲିସ ଟିମ ଗିରଫ କରିଛି । ସାଇବର ଠକେଇ ମାମଲା ରଜୁକରି ସାଲେପୁର କୋର୍ଟରେ ପୋଲିସ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ଦିଲ୍ଲୀ ନେଇଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ