Masthead

ବ୍ୟାଙ୍କକରେ ଅଗ୍ନିକାଣ୍ଡ, ୨୭ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ପବରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅତି କମ୍‌ରେ ୨୭ ଜଣଙ୍କ ଜୀବନ ଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡର ଭିଡିଓ ସାମ୍ନାକୁ ଆସିଛି । ଭୟଭୀତ ଗ୍ରାହକମାନେ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ସମୟରେ ଘନ କଳା ଧୂଆଁ ଆକାଶକୁ ଉଠୁଛି । ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ପ୍ରଥମେ ଷ୍ଟେଜ୍ ପାଖରେ ଥିବା ସର୍କିଟ୍ ବ୍ରେକରରୁ ଧୂଆଁ ବାହାରିଥିଲା, ଯାହା ଫଳରେ ଲାଇଟ୍ ଲିଭିଯାଇଥିଲା । ତା’ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ କିଛି ମିନିଟ୍ ମଧ୍ୟରେ ଏହା ସମ୍ପୂର୍ଣ୍ଣ ପବ୍କୁ ଗ୍ରାସ କରିଦେଇଥିଲା। କୁହାଯାଉଛି ଯେ, ଧୂଆଁରେ ଅନେକ ଶ୍ୱାସରୁଦ୍ଧ ହୋଇ ଆଖିବୁଜିଛନ୍ତି । ପବ ପଛପାଖରେ ଥିବା ଶୌଚାଳୟରେ ଅନେକ ମୃତଦେହ ମିଳିଛି, ଯେଉଁଠାରୁ ବାହାରକୁ ଯିବା ପାଇଁ କୌଣସି ବ୍ୟବସ୍ଥା ନଥିଲା ।

ଏହି ଲାଇଭ୍ ମ୍ୟୁଜିକ୍ ଭେନ୍ୟୁରେ ଗୋଟିଏ ଷ୍ଟେଜ୍, ଦୁଇଟି ବାର୍ ଏବଂ ଗୋଟିଏ ରୋଷେଇ ଘର ଅଛି । ଯେଉଁଥିରେ ମୋଟ ୩୦୦ରୁ ଅଧିକ ଲୋକଙ୍କ ବସିବା କ୍ଷମତା ଅଛି । ଘଟଣାସ୍ଥଳରେ ପହଞ୍ଚିଥିବା ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଅନୁତିନ୍ ଚାର୍ଣ୍ଣଭିରାକୁଲ୍ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ପାଇଁ ତଦନ୍ତ ଜାରି ରହିଛି । ”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା