Masthead

କ୍ଲବ୍ ରାଜନୀତିରେ ଅସିତ କାହିଁକି ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଶନିବାର, ରବିବାର ଭୁବନେଶ୍ୱର କ୍ଲବ୍ ଭୋଟ୍ । ଦୁଇ ଦିନ ଧରି ଏହି ସଂଭ୍ରାନ୍ତ କ୍ଲବ ପାଇଁ ଭୋଟ ପଡୁଛି । ତେବେ ସବୁଠୁ ଚର୍ଚ୍ଚାରେ ଥିବା ସଭାପତି ଆସନ ପାଇଁ ଲଢେଇ ଜୋରଦାର ହେଉଛି । ବିଜୟ ଏବଂ ଅସିତଙ୍କ ଲଢେଇକୁ ନେଇ ସାଧାରଣରେ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ବିଜୟ ଅବସର ନେବା ପରେ ବର୍ତ୍ତମାନ କୌଣସି ପଦପଦବୀରେ ନାହାନ୍ତି । କିନ୍ତୁ, ଅସିତ ତ୍ରିପାଠୀ ଚିଫ୍ ସେକ୍ରେଟାରୀ ପଦରୁ ଅବସର ନେଇଥିଲେ ବି ସରକାରଙ୍କ ବଡ ବଡ ପଦପଦବୀରେ ଅଛନ୍ତି । ଯାହାକୁ ନେଇ ଲୋକଙ୍କ ପ୍ରଶ୍ନ ରହିଛି ଅସିତ ଏତେ ସବୁ ଦାୟିତ୍ୱ ଭିତରେ ଗୋଟେ କ୍ଲବର ସଭାପତି ପାଇଁ କାହିଁକି ମନ ବଳାଉଛନ୍ତି । ସେଥିପାଇଁ ସମୟ ଖର୍ଚ୍ଚ କରିବାକୁ ଆଗଭର କାହିଁକି ହେଉଛନ୍ତି ? ଏବେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ରହିଛନ୍ତି । ଏଭଳି କ୍ଷେତ୍ରରେ କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ ।

ସରକାରୀ ନିୟମ କିମ୍ବା କ୍ଲବର ନିୟମ ଅନୁସାରେ କୌଣସି ବାଧା ନ ଥିଲେ ବି ନୈତିକତା ଦୃଷ୍ଟି କୋଣ, କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ଆଂଗଲରୁ ଦେଖିଲେ ସରକାରଙ୍କ ଏହି ପ୍ରମୁଖ ଅଫିସର ଏହି କ୍ଲବ ରାଜନୀତିରେ ନିଜକୁ ପ୍ରୋଜେକ୍ଟ କରିବା କେତେଦୂର ଠିକ୍? ପଶ୍ଚିମାଞ୍ଚଳ ବିକାଶର ଦାୟିତ୍ୱ ତାଙ୍କ ଉପରେ । ମୁଖ୍ୟମନ୍ତ୍ରୀଙ୍କୁ ବି ପରାମର୍ଶ ଦେଉଛନ୍ତି ରାଜ୍ୟ ପାଇଁ । ସେତେବେଳେ ଗୋଟେ କ୍ଲବର ସଭାପତି ପାଇଁ ସମୟ ଦେବା, ସଭାପତି ହେବା ପରେ କ୍ଲବ ପାଇଁ ସମୟ ବ୍ୟୟର କଥା କହିବା ଠିକ୍ ଲାଗୁନାହିଁ । ସବୁବେଳେ ଅଭିଯୋଗ ହେଉଛି ପଶ୍ଚିମ ଓଡ଼ିଶାର ବିକାଶ ହେଉନାହିଁ । ତେବେ ଅସିତ ଏହି ସମୟ ପଶ୍ଚିମ ଓଡିଶା ବିକାଶରେ ଖର୍ଚ୍ଚ କରିବା ଉଚିତ୍ ବୋଲି ସାଧାରଣ ଲୋକେ ମତ ଦେଉଛନ୍ତି । ସଂପୂର୍ଣ୍ଣ ଅବସର ନେବା ପରେ କ୍ଲବ ରାଜନୀତିରେ ସାମିଲ ହେବାରେ କାହାରି ଆପତ୍ତି ନାହିଁ କିନ୍ତୁ, ଦୁଇ ଦୁଇଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କ୍ଲବର ସଭାପତି ଭାବେ ସେ ରାଜନେତାଙ୍କ ଭଳି ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା କେତେ ଯୁକ୍ତିଯୁକ୍ତ । ତାକୁ ପୂରା କରିବାକୁ ସମୟ ଦେବେ କହୁଛନ୍ତି, ତାହା ତାଙ୍କ ଭଳି ଗୁରୁତ୍ବପୂର୍ଣ୍ଣ ସରକାରୀ ପଦବୀରେ ଥିବା ଲୋକ ପାଇଁ କେତେଦୂର ସମ୍ଭବ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା