କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ‘ମନ କି ବାତ୍’ର ୧୩୬ତମ ସଂସ୍କରଣ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଥମେ କାର୍ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ଆମର ବୀର ଯବାନ ମାନଙ୍କ ବୀରତ୍ବକୁ ମନେ ପକାଇବାର ଦିନ । କାର୍ଗିଲର ପ୍ରତିକୂଳ ସ୍ଥିତିରେ ଭାରତୀୟ ଯବାନଙ୍କ ବୀରତ୍ବର ପରାକାଷ୍ଠା ମନେ ରହିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ମୋଦିଙ୍କ ପ୍ରଶଂସା । ଏହି ଅବସରରେ ସେ କାର୍ଗିଲ୍ ବିଜୟ ଦିବସରେ ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶର ଯୁବଶକ୍ତି, ଆତ୍ମନିର୍ଭର ଭାରତ, ବିଜ୍ଞାନ ଓ ପ୍ରଯୁକ୍ତି, ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ ଏବଂ କ୍ରୀଡ଼ା କ୍ଷେତ୍ରର ସଫଳତା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ବିକ୍ରମ-୧ର ଲଞ୍ଚକୁ ଐତିହାସିକ ସଫଳତା କହିଲେ ପ୍ରଧାନମନ୍ତ୍ରୀ ମୋଦି।  ଦେଶର ପ୍ରଥମ ପ୍ରାଇଭେଟ ରକେଟର ଲଞ୍ଚ ଏକ ବିରାଟ ସଫଳତା।

INS-ମହେନ୍ଦ୍ରଗିରି ଓ ବ୍ରହ୍ମୋସ ମିସାଇଲକୁ ପ୍ରଶଂସା କଲେ -INS-ମହେନ୍ଦ୍ରଗିରିର ୭୫ ପ୍ରତିଶତ ଯନ୍ତ୍ରାଂଶ ଭାରତରେ ନିର୍ମିତ -ସେହିପରି ସ୍ବଦେଶୀ ବ୍ରହ୍ମୋସ ମିସାଇଲ ରପ୍ତାନୀ କରୁଛି ଭାରତ । ଏହା ମେକ୍‌ ଇନ ଇଣ୍ଡିଆ ମୁଭମେଣ୍ଟକୁ ଆହୁରି ଗତିଶୀଳ କରିବ । ମନ୍‌ କି ବାତରେ ମହିଳା କ୍ରିକେଟ ଦଳର ପ୍ରଶଂସା କଲେ ମୋଦି । ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିଲା ଭାରତ । ପ୍ରଥମ ବିଶ୍ବକପ ଜିତିଥିବା ଭେନ୍ୟୁରେ ବିଜୟ ଆମ ପାଇଁ ଅତ୍ୟନ୍ତ ଗର୍ବର ମୂହୁର୍ତ୍ତ । ଜାପାନ ଓପନ ଜିତିଥିବା ସଟଲର ପି.ଭି. ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି । ପ୍ରଥମ ଭାରତୀୟ ଭାବେ ଜାପାନ ଓପନ ବ୍ୟାଡମିଣ୍ଟନ ବିଜୟୀ। ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଆଥଲେଟଙ୍କୁ ଶୁଭେଚ୍ଛା  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ