Masthead

ଆରଟିଓଙ୍କ ନିଦ ଭାଙ୍ଗିଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଘୋଡ଼ ନିଦରେ ଶୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)-୨ଙ୍କ ନିଦ ଭାଙ୍ଗିଛି । ରାଜ୍ୟ ସରକାରଙ୍କୁ ଟିକସ୍ ନଦେଇ ବେଆଇନ ଭାବେ ଯାତ୍ରୀ ପରିବହନ କରୁଥିବା ଏକ ବସରୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଫାଇନ୍ ଆଦାୟ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏନଫୋର୍ସମେଣ୍ଟ ଓି୍ୱଙ୍ଗ୍ ଧାର୍ଯ୍ୟ କରିଛି ଏହି ଫାଇନ୍ । ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଚାଲାଣ କାଟି ବସକୁ ଜବତ କରାଯାଇଛି ।

ଅଭିଯୋଗ ହେଉଛି ଭୁବନେଶ୍ୱରରୁ କୋରାପୁଟ ମଧ୍ୟରେ ଯାତାୟତ କରୁଥିବା ଏହି ବସ (ଙଊ୧୦ୠ୦୪୦୯) ୨୦୧୯ ମେ’ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଏମଭି ଟ୍ୟାକ୍ସ ଦେଇନାହିଁ । ପ୍ରଶ୍ନ ଉଠୁଛି ବିନା ଟିକସରେ ଏହି ବସଟି ବର୍ଷାଧିକ କାଳ କିପରି ଯାତ୍ରୀ ପରିବହନ କରୁଥିଲା । ଆରଟିଓ-୨ଙ୍କ ନାକ ତଳେ ଏହି ବସଟି ଅଟକି ରହୁଥିଲା ଦିନସାରା । ଯାତ୍ରୀଙ୍କୁ ନେଇ ସନ୍ଧ୍ୟାରେ ବାହାରୁଥିଲା କୋରାପୁଟ । ଦୀର୍ଘଦିନ ପରେ ଏହି ବସକୁ ଫାଇନ କରିବା ପରିବହନ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ସାଧାରଣରେ ଅଙ୍ଗୁଳି ଉଠୁଛି । ଏତେ ଟଙ୍କା ବସ୍ ମାଲିକ ଦେଇପାରିବେ ତ ? କରୋନା କାଳରେ ବସ୍ ଚଳାଇ ସାଧାରଣ ଲୋକଙ୍କ ସେବା କରୁଥିବା ବସ୍ ମାଲିକଙ୍କ ଅବସ୍ଥା ବିଭାଗୀୟ ଅଧିକାରୀମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି । ଟିକସ୍ ଖିଲାପର ମାସେ ଦୁଇମାସ ମଧ୍ୟରେ ଅଭିଯୁକ୍ତ ବସମାଲିକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଶୁଣିବାକୁ ମିଳୁଛି ବସ ମାଲିକ-ଅସାଧୁ ସରକାରୀ ବାବୁଙ୍କ ମେଣ୍ଟରେ ଫାଟ ସୃଷ୍ଟିହେବାରୁ ମୋଟା ଅଙ୍କର ତଣ୍ଡ ଧାର୍ଯ୍ୟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା