ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ମଧ୍ୟପ୍ରାଚ୍ୟରେ ପୁଣି ଅଶାନ୍ତ ହେବାରେ ଲାଗିଛି । ଆଜି ପୁଣି ଇରାନ ଉପରେ ପୁନଃ ଆକ୍ରମଣ ତିବ୍ର ହେବାରେ ଲାଗିଛି । ଇରାନର କେଶମ ବନ୍ଦର ନିକଟରେ ବିସ୍ପୋରଣ ଘଟିଥିବା ଇରାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଇରାନ ଓ ଆମେରିକା ଯୁଦ୍ଧ ଘମାସଟ ହୋଇଛି । ଉଭୟ ଦେଶ ପରସ୍ପରଙ୍କ ମୁଖ୍ୟକେନ୍ଦ୍ର ସ୍ଥଳି ଗୁଡିକ ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ଆମେରିକା ଇରାନର କ୍ଷେପଣାସ୍ତ୍ର ମାହାସାହର, ଜାସ୍କ ସିରିଜ , ବନ୍ଦର ଆବାସ ଏବଂ କେଶମ ବନ୍ଦରକୁ ଲକ୍ଷ୍ୟ କରିଛି । ଆକ୍ରମଣରେ ଦ୍ୱୀପ ଗୁଡିକରେ ବହୁ କ୍ଷତି ହୋଇଛି । ଗତ କିଛି ରାତି ଧରି ଆମେରିକୀୟ ଆତଙ୍କବାଦୀ ବାହିନୀ ଦେଶର ଦକ୍ଷିଣ ଉପକୂଳ ଅଞ୍ଚଳରେ ଆକ୍ରମଣ କରିଆସୁଛନ୍ତି । ଏହି ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହାତ ହୋଇଥିବା ଜଣାପଡିଛି । ଅନେକ ମତ୍ସ୍ୟଜୀବୀ ଓ ଦେଶର ସୁରକ୍ଷାରେ ନିୟୋଜିତ କର୍ମୀ ପ୍ରାଣ ହରାଇଛନ୍ତି ।
ଏହି ଆକ୍ରମଣର ଜବାବରେ ଇରାନ ଜୋର୍ଡାନ, ଓମାନ, ବାହାରିନ ଏବଂ କୁଏତରରେ ଥିବା ଆମେରିକୀୟ ସାମରିକ ଘାଟି ଗୁଡିକ ଉପରେ ଆକ୍ରମଣ କରିଥିବା ଇରାନ ମଧ୍ୟ ଦାବି କରିଛି । ଏହି ଆକ୍ରମଣ ଦ୍ୱାରା ଇନ୍ଧନ ଡିପୋ, ଗୋଳା ବାରୁଦ ବଙ୍କର, ଫ୍ୟାଟ୍ରିଅଟ୍ ଏୟାର ଡିଫେନ୍ସ୍ ସିଷ୍ଟମ୍ ଏବଂ ଡ୍ରୋନ୍ କମାଣ୍ଡ ସେଣ୍ଟର ଧ୍ୱଂସ ହୋଇଥିବା କୁହାଯାଇଛି । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ମୁଖ୍ୟ କାରଣ ହେଉଛି ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ । ଆମେରିକା ଓ ଇରାନ ଉଭୟ ଦାବି କରିଛନ୍ତି ଯେ, ହର୍ମୁଜ ପ୍ରଣାଳି ଉପରେ ସେମାନଙ୍କର ନିୟନ୍ତ୍ରଣ ରହିଛି । ରବିବାର ଇରାନ ଓ ଓମାନ ଉପକୂଳ ନିକଟରେ ଥିବା ଏହି ହର୍ମୁଜ ପ୍ରଣାଳୀରେ ଏକ କଣ୍ଟେନର ଜାହାଜ ଉପରେ ଆକ୍ରମଣ କରିବା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ହର୍ମୁଜ ପ୍ରଣାଳୀ ଏବେ ପର୍ଯ୍ୟନ୍ତ ମଧ୍ୟ ବିବାଦର ପ୍ରମୁଖ ପ୍ରସଙ୍ଗ ହୋଇରହିଛି । ଯାହାଫଳରେ ଆନ୍ତର୍ଜାତିକ ଜଳପଥରେ ଜାହାଜ ଚଳାଚଳରେ ବାଧା ପ୍ରାପ୍ତ ହେଉଛି । ଇରାନ ଏହାର ଆଖପାଖରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ କରିବା ସହ ସିପିଂ କମ୍ପାନୀ ଗୁଡିକୁ ଧମକ ଦେଇ ବିଭିନ୍ନ ଅଞ୍ଚଳରେ ନିଜର ପ୍ରଭାବ ବଜାୟ ରଖିଛନ୍ତି ।
