Masthead

ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର । ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା । ନେପାଳ ଜଳପ୍ରଳୟର ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି ହୋଇଛି । ୨୯୦ ଭାରତୀୟଙ୍କ ସମେତ ୧୬୦୦ ଜଣ ନିଖୋଜ ଅଛନ୍ତି । ତ୍ରିଶୁଳି ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୭୩ ଜଣ ନିଖୋଜ ଅଛନ୍ତି । ତାମିଲନାଡୁର ୨ଟି ଗ୍ରୁପର ୩୭ ଓ ୩୯ ଜଣଙ୍କ ପତ୍ତା ମିଳୁନି । ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୩୨ ଜଣଙ୍କୁ ଠାବ କରାଯାଇ ପାରିନାହିଁ । ଅନ୍ୟାନ୍ୟ ରାଜ୍ୟର ୬୧ ନିଖୋଜ ଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କେତେ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି ସ୍ପଷ୍ଟ ହୋଇନଥିବା କହିଛି ମନ୍ତ୍ରଣାଳୟ । ଏବେ ବି ନେପାଳ ଉପରୁ ବିପଦ ଟଳିନାହିଁ । ପୁଣି ବନ୍ୟା ଚେତାବନୀ ଦେଇଛି ଚୀନ ।

ଫ୍ଲାସ୍‌ ଫ୍ଲଡ୍‌ରେ ଅନେକ ଗାଁ, ରାସ୍ତା ଓ ବ୍ରିଜ୍‌ ଧୋଇଯାଇଛି। ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ଅନେକ ଅଞ୍ଚଳରେ ପହଞ୍ଚିବା ମଧ୍ୟ ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି । ହେଲିକପ୍ଟର ଓ ଅନ୍ୟାନ୍ୟ ଉପାୟରେ ନେପାଳ ସୁରକ୍ଷାବାହିନୀ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଆମେରିକାର ପ୍ରାୟ ୯୦ ଜଣ ନାଗରିକଙ୍କ ପତ୍ତା ମିଳୁନଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଅଧିକାଂଶ ଆମେରିକୀୟ ନାଗରିକ ତିବ୍ବତରେ କୈଳାସ ଯାତ୍ରା ପାଇଁ ଯାଇଥିଲେ। ତିନିଜଣ ଆମେରିକୀୟ ଉଦ୍ଧାର ହୋଇଥିବା ବେଳେ, ଆମେରିକା ପକ୍ଷରୁ ଉଦ୍ଧାର ଓ ସହାୟତା ପାଇଁ ନେପାଳ ସରକାର ସହ ଯୋଗାଯୋଗ ରହିଛି। ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି, ବନ୍ୟାର ବିପଦ ଏବେ ବି ସମ୍ପୂର୍ଣ୍ଣ ଟଳିନାହିଁ। ବନ୍ୟାରେ ଉପରମୁଣ୍ଡରେ ସୃଷ୍ଟି ହୋଇଥିବା ଏକ ଡେବ୍ରିସ୍‌ ଲେକ୍‌ ବା ବାଧାପ୍ରାପ୍ତ ଜଳାଶୟ ଫାଟିଲେ ପୁଣି ଭୟଙ୍କର ବନ୍ୟା ଆସିବା ଆଶଙ୍କା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳରେ ସତର୍କତା ବଢ଼ାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ