Masthead

ମାଟି ତଳୁ ମାଓ ସାମଗ୍ରୀ ଜବତ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଓବାଦୀ ବିରୋଧୀ ଅଭିଯାନରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା । ଓଡ଼ିଶା-ଛତିଶଗଡ଼ ସୀମାରୁ ମାଓବାଦୀ ଡମ୍ପ ଠାବ। ୩ ବନ୍ଧୁକ ସହ ୬ଟି ଆଇଇଡି ଓ କ୍ଲେମୋର ମାଇନ୍‌ ଉଦ୍ଧାର। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସୂଚନାକୁ ଆଧାର କରି ମାଥିଲି ଥାନା ଅଞ୍ଚଳରେ ଡିଭିଏଫ୍‌ ଟିମ୍‌ର ଜୋରଦାର ତଲାସି ଅଭିଯାନ ବେଳେ ଏକ ବଡ଼ ମାଓବାଦୀ ଡମ୍ପ ଠାବ କରିଛି ମାଲକାନଗିରି ପୁଲିସ ବୋଲି ଏସପି ବିନୋଦ ପାଟିଲ ସୂଚନା ଦେଇଛନ୍ତି ।

ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଡ଼ଭଟା ଜଙ୍ଗଲରେ ଅଗଷ୍ଟ ୨୬ ତାରିଖ ସକାଳ ପ୍ରାୟ ୫ଟା ୩୦ ରେ ଏହି ଡମ୍ପ ଠାବ।ଜବତ ସାମଗ୍ରୀ ଏଓବିଏସ୍‌ଜେଡ୍‌ସିର ମାଓବାଦୀ କ୍ୟାଡରଙ୍କର ବୋଲି ସନ୍ଦେହ କରୁଛି ପୁଲିସ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଲକାନଗିରି ନକ୍ସଲମୁକ୍ତ ହୋଇଥିବା ବେଳେ ଜାନୁଆରୀ ୨୦୨୫ରୁ ମାର୍ଚ୍ଚ ୩୧, ୨୦୨୬ ମଧ୍ୟରେ ୨ ନକ୍ସଲ ଗିରଫ ଓ ୨୩ ଜଣ ଆତ୍ମ ସମର୍ପଣ କରିଥିଲେ। ଜୁନ୍‌ରେ ୩ଟି ବଡ଼ ଡମ୍ପ ଠାବ ହୋଇଥିବା ବେଳେ ଆଗାମୀ ଦିନରେ ମାଓବାଦୀଙ୍କ ଗତିବିଧି ଉପରେ ରଖିବା ସହ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ପାଇଁ SOG ଓ DVF ପକ୍ଷରୁ କମ୍ବିଂ ଅଭିଯାନ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ