Masthead

ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସୋମବାର ମାମଲା ରୁଜୁ, ମଙ୍ଗଳବାର ଅପରାଧୀ ଗିରଫ । କ୍ରାଇମବ୍ରାଞ୍ଚ ଇତିହାସରେ ବଡ ସଫଳତା । ଏହି ମାମଲାଟି ପୁଣି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ । ପାଠ୍ୟପୁସ୍ତକରେ ତ୍ରୁଟି କରି ବନ୍ଧା ହେଲେ ଓଏଏସ ମନୋଜ ପାଢୀ । ଏସସିଇଆରଟିର ଅଭିଯୋଗ ଆଧାରରେ ପୂର୍ବତନ ନିର୍ଦ୍ଦେଶକ ମନୋଜଙ୍କୁ ଗିରଫ କରିଛନ୍ତି କ୍ରାଇମବ୍ରାଞ୍ଚ । ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୨୫ଶହ ପାର କରିଛି ତ୍ରୁଟି । ଯାହାର ମୂଳରେ ରହିଛନ୍ତି ମନୋଜ ପାଢୀ । ୧୭୫ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ରାଜ୍ୟ ରାଜକୋଷର ହୋଇଛି କ୍ଷତି । ପାଠ୍ୟପୁସ୍ତକକୁ ପ୍ରସ୍ତତ, ଅନୁମୋଦନ, ପ୍ରକ୍ରିୟାକରଣ ଏବଂ ପ୍ରକାଶନରେ ଅପରାଧିକ ଷଡଯନ୍ତ୍ର କରିଥିଲେ ଏହି କରିତ କର୍ମା ବାବୁ ।

ଏସସିଇଆରଟିରେ କାର୍ଯ୍ୟ କରୁଥିବା ସମୟରେ ଏନଇପି ୨୦୨୦ ଅନୁଯାୟୀ ବହି ପ୍ରସ୍ତୁତ ସମୟରେ କରିଥିଲେ ମନୋଜ ଅବହେଳା । ଯାହା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଡିସିଙ୍କ ଅଧକ୍ଷତାରେ ଏକ ତଦନ୍ତ କମିଟି ଗଠନ କରିଥିଲେ । ପରେ କମିଟି ରିପୋର୍ଟ ଆଧାରରେ ସରକାର ମନୋଜ ପାଢୀଙ୍କ ସହ ଅନ୍ୟଙ୍କୁ ନିଲମ୍ବନ କରି ଆଉ କିଛି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଟାନ ହୋଇଥିଲା । ପରେ ଘଟଣାର ଅପରାଧିକ ତଦନ୍ତ କ୍ରାଇମବ୍ରାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକ ଦେଇଥିଲେ । ଯାହାକୁ ଆଧାର କରି ମାମଲା ରୁଜୁ ହେବା କ୍ଷଣି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗତକାଲି ଠାରୁ ଏହାର ତଦନ୍ତ ଆରମ୍ଭ କରି ଆଜି ଜଣକୁ ଗିରଫ କରିବାରେ ସଫଳ ହୋଇଛି ।

ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁଯାୟୀ ଧାରା ୩୧୬(୫), ୨୦୧,୬୧(୨) ଏବଂ ୩(୫) ଦଫା ଲଗାଇ ମନୋଜଙ୍କୁ ଗିରଫ କରିଛି । ଆଗକୁ ମଧ୍ୟ ଏହି ଘଟଣାରେ ଆହୁରି ଗିରଫଦାରୀ ବଢିବା ନେଇ ଚର୍ଚ୍ଚା ହେଉଛି । କାହିଁକି ନା ଏତେ ବଡ କାଣ୍ଡ କେବଳ ଯେ ମନୋଜ ପାଢୀ କରିଥିବେ ତାହା ନୁହେଁ ଆହୁରି ବଡ ବଡ ବାବୁ ଏହି ଘଟଣାରେ ରହିଛନ୍ତି । ଯିଏ କି ତାଙ୍କୁ ସୁରକ୍ଷା ଏବଂ ସାହାସ ଦେଇଆସୁଥିଲେ । ସେମାନଙ୍କୁ ଗିରଫ କରିବା ଆବଶ୍ୟକ ରହିଛି । ଯଦି ବ୍ୟବସ୍ଥାକୁ ସୁଧାରିବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ