Masthead

ଜନତା କର୍ଫ୍ୟୁକୁ ବର୍ଷେ ପୂରିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜନତା କର୍ଫ୍ୟୁକୁ ବର୍ଷେ ପୂରିଲା । ଗତବର୍ଷ ଆଜିର ଦିନରେ(୨୨ ମାର୍ଚ୍ଚ ୨୦୨୦) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଘୋଷଣା କରିଥିଲେ । କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିଲା ଯ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିଲେ । ଦେଶବସୀଙ୍କୁ ଘରେ ରହିବାକୁ ପିଏମ୍ ମୋଦୀ ପରାମର୍ଶ ଦେଇଥିଲେ । ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା, ହାତକୁ ବାରମ୍ବାର ସଫା ରଖିବାକୁ ପରାମର୍ଶ ଦେଇଥିଲେ । ଏହା ସତ୍ୱେ ଦେଶରେ ଆରମ୍ଭ ହୋଇଥିଲା ଲକଡାଉନ ଓ ସଟଡାଉନ । କେହି ବି କରୋନା କବଳରୁ ମୁକୁଳିପାରୁନଥିଲେ ।

ଏଭଳି ପରିସ୍ଥିତିରେ ଏକମାତ୍ର ସମାଧାନ ଥିଲା ଘରେ ରହିବା। ଲୋକମାନେ ଲକଡାଉନ ମଧ୍ୟରେ ଏହି ମାରାତ୍ମକ ରୋଗର ନିରାକରଣକୁ ଅପେକ୍ଷା କରିବାକୁ ଲାଗିଲେ । ଭାରତକୁ ଟିକା ଆସିଲା । ଭାରତରେ ଦୁଇଟି କୋଭିଡ -୧୯ ଟିକା ଅଛି । ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ୧୬ ଜାନୁୟାରୀ ୨୦୨୧ ରୁ ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧ ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନର ଆରମ୍ଭ ହୋଇଥିଲା । ଟିକାକରଣର ବିକାଶ ଏବଂ ପ୍ରଥମ ପର୍ଯ୍ୟାୟ ଟିକାକରଣ ଅଭିଯାନ ମଧ୍ୟରେ କରୋନା ଜୀବାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଲା।

ଯେତେବେଳେ ସମସ୍ତେ ଏକତ୍ରିତ ହୋଇ କରୋନା ବିରୋଧରେ ଲଢିଥିଲେ, ସେତେବେଳେ ଏହା ସମ୍ଭବ ହେଲା । ତେବେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏବେ ପୁଣି ବଢିବାରେ ଲାଗିଛି । ଦିନକୁ ଦିନ ବୃଦ୍ଧି ପାଉଛି । ଯାହା ଚିନ୍ତାର ବିଷୟ । ଟିକା ଆସିବା ପରେ କରୋନା ଭାରତରୁ ଲୋପ ପାଇବ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ। ମହାରାଷ୍ଟ୍ରରୁ ପଞ୍ଜାବ ଏବଂ କର୍ଣ୍ଣାଟକ ପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି କରୋନା ଟିକା ନେବା ପରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି କାହିଁକି ହେଉଛି? କାହିଁକି କରୋନା ପୁନର୍ବାର ଦେଖାଯାଉଛି । ଏହି ପ୍ରଶ୍ନର ଉତ୍ତର ସମସ୍ତେ ଜାଣନ୍ତି । ଲୋକଙ୍କ ଅବହେଳା ହେଉଛି କରୋନା ବୃଦ୍ଧିର ମୁଖ୍ୟ କାରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ