Masthead

କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଧମକ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ବଡଚଣାରେ ଜଣେ ସାମ୍ବାଦିକଙ୍କୁ ମିଳିଛି ହତ୍ୟା ଧମକ । ଏ ନେଇ ସାମ୍ବାଦିକ ଜଣକ ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ସୂଚନା ଅନୁଯାୟୀ, ସରକାରଙ୍କ ସଟଡାଉନ ଘୋଷଣା ପରେ ମଧ୍ୟ ବାଲିକୁଦା ବଜାରରେ ଲୋକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା । ନା ଥିଲା ସାମାଜିକ ଦୂରତା, ନା ଥିଲା ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ । ନିରପେକ୍ଷ ଭାବରେ ଏକ ଘରୋଇ ଚ୍ୟାନେଲ ଏହି ନ୍ୟୁଜ୍ ପ୍ରସାରଣ କରିଥିଲା । ଚ୍ୟାନେଲ ଦାୟିତ୍ବରେ ଥିବା ଅଜୟ ଅନୁରାଗ ଏ ବାବଦରେ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ଏହି ଖବର ପ୍ରସାରଣ ପରେ ଉତକ୍ଷିପ୍ତ ହୋଇ ସିଧାସଳଖ ଭାବେ ସାମାଜିକ ଗଣମାଧ୍ୟମରେ ଅଜୟ ଅନୁରାଗଙ୍କୁ ହାଣିବା ପାଇଁ ଧମକ ଦେଇଥିଲେ। ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ହେଲେ ପରେଶ କୁମାର ନନ୍ଦ । ସେ ରଇପୁର ପଞ୍ଚାୟତ ଫକିରମିଆଁ ପଟଣା ଗ୍ରାମର ଅଟନ୍ତି । ସାମ୍ବାଦିକ ଅଜୟ ଅନୁରାଗ ମହାନ୍ତି ବାଲିଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ କେସ ନଂ ୨୯୪/୫୦୬ରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ