ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ

ଜଙ୍ଗଲ ବିଭାଗରେ ଥାର୍ କିଣା ଦୁର୍ନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଙ୍ଗଲ ବିଭାଗରେ ବେଆଇନ୍ ଭାବେ ଥାର ଗାଡ଼ି କିଣା ଓ ସେସବୁର ମଡିଫିକେସନ ବାବଦରେ କୋଟି କୋଟି ଟଙ୍କା ହେରଫେର୍ ଘଟଣାରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଘଟଣାରେ ସଂପୃକ୍ତ ବାବୁଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବାକୁ ଜଙ୍ଗଲ ମନ୍ତ୍ରୀ ନିକଟରେ ନିର୍ଦ୍ଦେଶ ଦେଇଥିଲେ । ତେଣୁ ରାଜ୍ୟ ଭିଜିଲାନ୍ସ ବିଭାଗର ଏକ ଟିମ୍ ପିସିସିଏଫ୍ ଅଫିସ୍‌ରେ ପହଞ୍ଚି ଏସଂକ୍ରାନ୍ତ କାଗଜପତ୍ର ମାଗିଛନ୍ତି । କେବେ ଏହି ଗାଡ଼ିସବୁ କିଣାଯିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା, କେଉଁ ବାବୁ ଏଥିରେ ସଂପୃକ୍ତ ଥିଲେ ସେନେଇ ପ୍ରାଥମିକ ତଥ୍ୟ ସଂଗ୍ରହ କରିଛି ଭିଜିଲାନ୍ସ ଟିମ୍।

ତେଣୁ ସଂକେତ ମିଳିଲାଣି କିଛି ବଡ଼ମୁଣ୍ଡ ଗଡ଼ିବ ବୋଲି । ବିଭାଗ ପକ୍ଷରୁ ଥାର ଗାଡ଼ି ଓ ଅନ୍ୟ କିଛି ଗାଡ଼ି କିଣିବା ପାଇଁ ୨୮.୪୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ସିଏଜି ଆପରି ଉଠାଇବା ପରେ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ସେତେବେଳେ ଏକାଥରେ ୧୦ ଟି ଗାଡ଼ି କିଣିଲେ ଗୋଟିଏ ଗାଡ଼ି ଉପହାରରେ ଫ୍ରି’ ( ମାଗଣା) ସ୍କିମ୍ ଥିବାରୁ ଏହାର ଫାଇଦା କିଏ ନେଇଥିଲେ ? ବିଭାଗ ପକ୍ଷରୁ ୫୦ଟି ଥାଗାଡ଼ି କିଣା ଯାଇଥିବାରୁ ଅତି କମ୍‌ରେ ୫ଟି ଥାର୍ ମାଗଣା ମିଳିବା କଥା। ସେସବୁ ଫ୍ରି ଗାଡ଼ି ଏବେ କେଉଁଠି ? ତେବେ ଏଥିରେ କେବଳ ବନ ବିଭାଗର ବଡ଼ବାବୁମାନେ ନୁହନ୍ତି ବରଂ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଲାଣି। ତେଣୁ ଭିଜିଲାନ୍ସ ଖଣ୍ଡା କାହା ଉପରେ ପଡୁଛି ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ