Masthead

ବିଜେପିରେ ଥିଲେ ମିଳିବନି ବାଦାମ ବିହନ, ପ୍ରତିବାଦ କରିବାରୁ ଆକ୍ରମଣ

ଜଳେଶ୍ଵର (ବଡ଼ ଖବର ବ୍ୟୁରୋ): ଦଳୀୟ ଭିତ୍ତିରେ ଚିନା ବାଦାମ ବିହନ ବଣ୍ଟନ । ବିଜେପିରେ ଥିଲେ ମାନିବାକୁ ପଡିବ ଦଲାଲଙ୍କ ନିୟମ । ନହେଲେ ଚିନା ବାଦାମ ବିହନରୁ ବଞ୍ଚିତ ରହିବେ ହିତାଧିକାରୀ । ଘଟଣାକୁ ପ୍ରତିବାଦ କରିବାରୁ ଆକ୍ରମଣର ଶିକାର ହେଲେ ହିତାଧିକାରୀ ଓ କୃଷକ ମୋର୍ଚ୍ଚାର ଜିଲ୍ଲା ଉପସଭାପତି । ଥାନାରେ ଅଭିଯୋଗ । ବାଲେଶ୍ୱର ଭୋଗରାଇ ଶଙ୍ଖାରି ପଞ୍ଚାୟତରେ ଘଟିଛି ଏଭଳି ଘଟଣା । ଭୋଗରାଇ ବ୍ଲକ ଶଙ୍ଖାରୀ ପଞ୍ଚାୟତରେ ବ୍ଲକ କୃଷି ବିଭାଗ ଦ୍ୱାରା ଚିନା ବାଦାମ ବିହନ ବଣ୍ଟନରେ ଅନିୟମିତତା ଅଭିଯୋଗ ପାଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଉପସଭାପତି କୌଶିକ ଚାନ୍ଦ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ସେଠାରେ କୃଷି ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥିବା ବେଳେ ସରପଞ୍ଚ ପ୍ରତିନିଧିଙ୍କ ନିଦେ୍ର୍ଦଶରେ ପଞ୍ଚାୟତର କିଛି ୱାର୍ଡ ମେମ୍ବର ପ୍ରତ୍ୟେକ ପରିବାରକୁ ୧କିଲୋ ଲେଖାଏଁ ବାଦାମ ବାଣ୍ଟୁଥିବା ଦେଖି ପ୍ରତିବାଦ କରିଥିଲେ । ଫଳରେ ସେଠାରେ ବଣ୍ଟନ କାର୍ଯ୍ୟ କରୁଥିବା ଲୋକେ ଶ୍ରୀ ଚାନ୍ଦଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ଉକ୍ତ ପଞ୍ଚାୟତର ଆରୁହାପାଳ ଗ୍ରାମର ହରେକୃଷ୍ଣ ଗିରି ନାମକ ଜଣେ ହିତାଧିକାରୀ ଏହି ଘଟଣାକୁ ନିଜ ମୋବାଇଲରେ ଭିଡିଓ କରୁଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇନେବା ସହିତ ନିସ୍ତୁକ ପିଟିଥିଲେ । ଏବାବଦରେ ଆକ୍ରମଣକାରୀମାନଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ନ୍ୟାୟ ନମିଳିଲେ ବ୍ଲକ କୃଷି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଶ୍ରୀ ଚାନ୍ଦ ଚେତାବନୀ ଦେଇଛନ୍ତି । ଚଳିତ ଋତୁରେ ଭୋଗରାଇ କୃଷି ବିଭାଗ ପକ୍ଷରୁ ୧୪ କୁଇଣ୍ଟାଲ ବାଦାମ ବିହନ ଶଙ୍ଖାରୀ ପଞ୍ଚାୟତରେ ଥିବା ବାଦାମ ଚାଷୀମାନଙ୍କୁ ମାଗଣାରେ ବଣ୍ଟନ ପାଇଁ ଦିଆଯାଇଥିଲା । ଏହି ବଣ୍ଟନର ଦାୟିତ୍ୱ ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀ ମନୋଜ କୁମାର ପରିଡ଼ାଙ୍କୁ ବ୍ଲକ କୃଷି ବିଭାଗ ଦେଇଥିବା ବେଳେ ଘଟଣା ସମୟରେ ସେ କାହିଁକି ଉପସ୍ଥିତ ନଥିଲେ, ଏବଂ ପଞ୍ଚାୟତର ୱାର୍ଡ ସଦସ୍ୟ ଓ ଅନ୍ୟମାନେ କାହିଁକି କେବଳ ବାଦାମ ଚାଷୀଙ୍କୁ ନଦେଇ ପଞ୍ଚାୟତର ପ୍ରତି ଘରକୁ ୧କିଲୋ ବାଦାମ ବାଣ୍ଟୁଥିଲେ ତାହା କୃଷି ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେବଳ ଶଙ୍ଖାରୀ ପଞ୍ଚାୟତରେ ନୁହେଁ ଭୋଗରାଇ ବ୍ଲକର ୫୦ଟି ପଞ୍ଚାୟତରେ ବାଦାମ, ମୁଗ, ତିଳ ଆଦି ବଣ୍ଟନରେ ଅନିୟମିତତା ହୋଇଥିବା ଏବଂ ଚାଷୀଙ୍କ ନିକଟରେ ସରକାରୀ ବିହନ ପହଞ୍ଚି ପାରି ନଥିବା ସାଧାରଣରେ ଅଭିଯୋଗ ହେଉଛି । ତେବେ ବାଦାମ ବିହନ ବଣ୍ଟନରେ କୌଣସି ଅନିୟମିତତା ହୋଇ ନାହିଁ, ପଞ୍ଚାୟତରେ ବୈଠକ କରି ପ୍ରତ୍ୟେକ ଘରକୁ ୧କିଲୋ ବାଦାମ ଦିଆଯାଇବାର ନିଷ୍ପତ୍ତି ହୋଇଥିବା କଥା ଶଙ୍ଖାରୀ ସରପଞ୍ଚଙ୍କ ପ୍ରତିନିଧି ସୁଧୀର କୁମାର ପାତ୍ର ସୂଚନା ଦେଇଥିବା ବେଳେ ଏବାବଦରେ ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ମଣ୍ଡଳ କିଛି ଜାଣିନଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି