Masthead

TPCODL ଅଫିସ ଘେରିଲେ ଶତାଧିକ କଂଗ୍ରେସ କର୍ମୀ

କଟକ (ବଡ଼ ଖବର ବ୍ୟୁରୋ): ଅହେତୁକ ବିଜୁଳି କାଟ ଓ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାରକୁ ନେଇ TPCODL  ଅଫିସ୍ ଘେରିଲେ ଶତାଧିକ କଂଗ୍ରେସ୍ କର୍ମୀ । କଟକ ମହାନଗର ନିଗମ କଂଗ୍ରେସ କର୍ପୋରେଟର ଓ କଂଗ୍ରେସ କର୍ମୀ ନିମ୍ନଲିଖତ ବିଷୟ ଉପରେ ଅବଗତ କରି TPCODL  ବଶିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହରେ ଜନସାଧାରଣ ଅହେତୁକ ବିଜୁଳି କାଟ ପ୍ରଭାବରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ନୂତନ ସଂଯୋଗ ଯେଉଁ ଉପଭୋକ୍ତା ନେବାକୁ ଚାହୁଁଛି ସବୁ ଅଫିସିଆଲ୍ କାର୍ଯ୍ୟ ପରେ ମଧ୍ୟ ବାରମ୍ବାର ଦୌଡେଇବା, ଫାଇନ କାଟିବା ନାରେ ଉପଭୋକ୍ତାମାନଙ୍କୁ ଲୁଟିବା ଭଳି ସାଙ୍ଘାତିକ ଅଭିଯୋଗ ବାରମ୍ବାର ଆସି ଚାଲିଛି । ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟି ସ୍ଥାନାନ୍ତରିତ ହେଉନାହିଁ । ବିଭିନ୍ନ ସ୍ଥାନରେ ବ୍ରୁସ କଟିଂ ନହେବା ଯୋଗୁଁ ଗଛଲତା ଆଦି ମାଡ଼ି ବିପଦ ସୃଷ୍ଟି କରୁଛି । ସେହି ଭଳି ବଡ଼ ମେଡ଼ିକାଲରେ ବାରମ୍ବାର ବିଜୁଳି କାଟ ଯୋଗୁଁ ରୋଗୀମାନେ ବହୁ ଅସୁବିଧା ଭୋଗୁଛନ୍ତି ।

ପୁରୁଣା ଟ୍ରାନ୍ସଫରମର ବଦଳି ନହେବା ଯୋଗୁ ଏହା ବିପଦ ସୃଷ୍ଟି କରୁଛି । ଖାଲି ସେତିକି ନୁହେଁ ବିଦ୍ୟୁତ୍ କର୍ମଚାରୀଙ୍କ ଦ୍ବାରା ବକେୟା ଆଦାୟ ବେଳେ ଦୁଃବ୍ୟବହାର କରାଯାଇଛି । ଶିଖରପୁର ମୁଖ୍ୟ ଏନଏଚ -୬ ରାଜପଥକୁ ବିଦ୍ୟୁତ ତାର ଏବେ ପର୍ଯ୍ୟନ୍ତ କାହିଁକି ସ୍ଥାନାନ୍ତରିତ ହୋଇନାହିଁ । ଏଲଟି ସଂଯୋଗ ଭୋଲଟେଜ ଯୋଗାଇ ଶୋଷଣ, ଖପୁରିଆ ଜେଇ ଅଧିକାରୀ ରହୁନାହାନ୍ତି ତାଙ୍କୁ ତୁରନ୍ତ ବଦଳି କରାଯାଉ ଆଦି ବିଭିନ୍ନ ଦାବି ନେଇ ଞଚଉଙଊଖ ଅଫିସ୍ ଘେରିଥିଲେ ଶତାଧିକ କଂଗ୍ରେସ୍ କର୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ