ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରୀ ସେବା ପ୍ରଦାନରେ ବିଳମ୍ବ କଲେ ଏଣିକି ତଣ୍ଡ ଗଣିବେ ସମ୍ପୃକ୍ତ ଅଧିକାରୀ। ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସେବାଗୁଡ଼ିକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ସରକାର ‘ଅଟୋ-ଅପିଲ୍ ସିଷ୍ଟମ୍’ ଲାଗୁ କରିଛନ୍ତି। ଏହାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ନୂଆ ଗାଇଡ୍‌ଲାଇନ୍ (SOP) ଜାରି କରିଛି । ଓଡ଼ିଶା ଜନସେବା ଅଧିକାର ଆଇନରେ ‘ଅଟୋ ଅପିଲ୍ ସିଷ୍ଟମ’ ବ୍ୟବସ୍ଥା ଲାଗୁ ହୋଇଛି ।

ଏହା ମାଧ୍ୟମରେ ନିର୍ଦ୍ଧାରିତ ସମୟରେ ସେବା ନମିଳିଲେ ଆବେଦନଟି ସ୍ୱୟଂଚାଳିତ ଭାବେ ଉଚ୍ଚ ଅଧିକାରୀଙ୍କ ନିକଟକୁ ଅପିଲ୍ ପାଇଁ ଯିବ। ନୂତନ ନିୟମ ଅନୁଯାୟୀ, ସେବା ପ୍ରଦାନରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ଜରିମାନା ଲାଗିପାରେ। ଏହି ଜରିମାନା ଅଧିକାରୀଙ୍କ ଦରମାରୁ କାଟି ନିଆଯିବ। ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ। ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ସେବା ପାଇବାରେ ଲୋକଙ୍କୁ ଅଯଥା ବିଳମ୍ବର ସମ୍ମୁଖୀନ ହେବାକୁ ନଦେବା। ଏଥିସହିତ ସେବା ପ୍ରଦାନରେ ଅଧିକାରୀମାନଙ୍କ ଦାୟିତ୍ୱବୋଧ ବଢ଼ାଇବା ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ ଜନମୁଖୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମୟସୀମାରେ ସେବା ନଦେଲେ ଏଣିକି କେବଳ ଅଭିଯୋଗ ନୁହେଁ, ଦାୟୀ ଅଧିକାରୀଙ୍କୁ ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ