Masthead

ନନ୍ଦନକାନନରେ ରୋପୱେ କେବେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣରେ ଥିବା ରୋପୱେ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ବର୍ଷଧରି ବନ୍ଦ ପଡିଥିବା ଏହି ରୋପୱେ କାର୍ଯ୍ୟକୁ କୋଲକାତାର ଏକ ଘରୋଇ ସଂସ୍ଥା ହାତକୁ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ବର୍ଷସାରା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ ନନ୍ଦନକାନନରେ । ସୌନ୍ଦର୍ଯ୍ୟରେ ଭରା ଏହି ପ୍ରାକୃତିକ ମନଲୋଭା ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ନନ୍ଦନକାନନରେ ବିଭିନ୍ନ ଜୀବଜନ୍ତୁଙ୍କୁ ଛାଡିଦେଲେ ଅନ୍ୟ ଆକର୍ଷଣ ହେଉଛି ସଫାରି, ଟଏଟ୍ରେନ, ନୌକାବିହାର, ବ୍ୟାଟେରି ଚାଳିତ ଗାଡି ଏବଂ ରୋପୱେ । କୋଭିଡ କଟକଣା ମଧ୍ୟରେ କେବଳ ନୌକାରେ ପର୍ଯ୍ୟଟକ ମଜ୍ଜା ଉଠାଉଥିବାବେଳେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ପଡିଛି । ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ଥିବା ରୋପୱେ କାର୍ଯ୍ୟ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଦେଇଛନ୍ତି ଗ୍ରୀନ ସିଗନାଲ । ରୋପୱେ କାର୍ଯ୍ୟ କୋଲକାତାର ଦାମୋଦର ରୋପୱେ ସଂସ୍ଥା ହାତକୁ ନେଇଥିଲେ । ପୁଣିଥରେ ରୋପୱେ କାର୍ଯ୍ୟ ନିର୍ମାଣ ହେଉଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

୧,୨୪୦ମିଟର ଦୈର୍ଘ୍ୟ ଏହି ରୋପୱେ ୨୦ କୋଟି ଟଙ୍କା ବ୍ୟୟ ବରାଦରେ କରାଯାଇଛି । ୬ଟି କେବିନକୁ ନେଇ ରୋପୱେ ଚାଲିଛି । ପ୍ରତ୍ୟେକ କେବିନ୍ରେ ୪ ଜଣ ଯାତ୍ରୀ ବସିପାରିବେ । ନନ୍ଦନକାନନର କାଞ୍ଜିଆ ହ୍ରଦ ଉପରଦେଇ ବଟାନିକାଲ ଗାର୍ଡେନକୁ ୧୩୬୦ ମିଟର ପର୍ଯ୍ୟନ୍ତ ଲମ୍ବିଥିଲା ରୋପୱେ । ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଏହି ରୋପୱେରେ ୨୦୧୦ ଅକ୍ଟୋବର ୨୪ରେ ଘଟିଥିଲା ଦୁର୍ଘଟଣା । ଯାହା ଫଳରେ ୧୩ ଜଣ ଯାତ୍ରୀ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ରୋପୱେର ବିଭିନ୍ନ ଯାନ୍ତ୍ରିକ ସମସ୍ୟା ଦେଖାଦେବାରୁ ସବୁଦିନ ପାଇଁ ବନ୍ଦ କରାଯାଇଥିଲା । ଏହି ରୋପୱେ କାର୍ଯ୍ୟ କରିବାକୁ ୧୧୦ଟଙ୍କା ସିଟ୍ ପିଛା ଦାବି କରିଛନ୍ତି କର୍ତ୍ତୃପକ୍ଷ । ଟିକେଟ ଦରକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ପରେ କାର୍ଯ୍ୟ କରାଯିବ ବୋଲି ରୋପୱେ ପ୍ରୋଜେକ୍ଟ ମ୍ୟାନେଜର ହୃଦାନନ୍ଦ ନାୟକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି