Before Header

୮୧ ବର୍ଷର ପାଦ ଥାପିଲେ ଅମିତାଭ ବଚ୍ଚନ

0 38

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୮୧ ବର୍ଷରେ ପାଦ ଥାପିଲେ ବଲିଉଡର ବର୍ଷିଆନ୍ ଅଭିନେତା ଅମିତାଭ ବଚ୍ଚନ । ଜନ୍ମ୍ୱଦିନ ପାଳନ କରିବାକୁ ଅମିତାଭଙ୍କ ବାସଭବନ ଆଗରେ ଅନେକ ପ୍ରଶଂସକ ଏକାଠି ହୋଇଥିଲେ । ବିଗ ବି ମଧ୍ୟ ହାତ ହଲାଇ ଶୁଭେଚ୍ଛୁଙ୍କ ଅଭିବାଦନକୁ ଗ୍ରହଣ କରି ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେ ।

ସବୁଥର ପରି ଏଥର ମଧ୍ୟ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାହାରକୁ ଆସିବାବେଳେ ଜୋତା ପିନ୍ଧିନଥିଲେ । ଏଥିପାଇଁ ସେ ଏକ ପୋଷ୍ଟରେ କହିଛନ୍ତି କେହି କ’ଣ ମନ୍ଦିରକୁ ଜୋତା ପିନ୍ଧି ଯାଆନ୍ତି କି ? ଶୁଭେଚ୍ଛୁମାନେ ମୋ ପାଇଁ ମନ୍ଦିର । ଏହାସହ ଜନ୍ମଦିନ ଅବସରରେ ଏକ ପୋଷ୍ଟ କରି ଲେଖିଛନ୍ତି ‘ ଆପଣମାନଙ୍କ ଆର୍ଶୀବାଦ ମୋର ସୌଭାଗ୍ୟ’ ।

Leave A Reply

Your email address will not be published.