ପୁଣି ବଢିଲା ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ

ଦଶରଥପୁର (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ପୁଣି ବୈତରଣୀ ଓ କାଣୀ ନଦୀର ବଢିଲା ଜଳସ୍ତର । ଏବେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବୈତରଣୀ ନଦୀରେ ଜଳସ୍ତର ୧୮. ୬୮ ଥିବାବେଳେ ବିପଦ ସଂକେତ ୧୭. ୮୩ ମି ରହିଛି । ଦଶରଥପୁର ବ୍ଲକରେ ୫ମ ଥର ବନ୍ୟା ଜଳ ଅଂଚଳବାସୀଙ୍କ ପାଇଁ ସତେ ଯେମିତି ବୋଝ ଉପରେ ଲଳିତା ବିଡା ସଦୃଶ ପାଲଟିଛି । କାଣୀ ନଦୀରେ ତରପଦା ପାଟଣା ନିକଟରେ ସୃଷ୍ଟି ହୋଇଥବା ୨ଟି ଘାଇ ମଧ୍ୟରୁ ଗୋଟିଏ ଘାଇକୁ ବଲ୍ହା ଏବଂ ବାଲିବସ୍ଥା ପକାଇ ବନ୍ଧ କରାଯାଇଥିବା ବେଳେ ଅନ୍ୟ ଘାଇଟି ଏପର୍ୟ୍ୟନ୍ତ ମରାମତି କରାଯାଇପାରିନାହିଁ ।

ଯାହାଫଳରେ ଘାଇ ମୁହଁ ଦେଇ ବନ୍ୟା ଜଳ ସିଧାସଳଖ ତରପଦା, ଜୟନ୍ତରା, କସପା, ଅହିୟାସ, ଏବଂ ମଲ୍ଲୀକାପୁର ପଞ୍ଚାୟତ ମଧ୍ୟରେ ବନ୍ୟା ଜଳ ପ୍ରବାହିତ ହେଉଛି । ଲଗାତାର ୫ଥର ବନ୍ୟା ଆସିବା ପରେ ଦଶରଥପୁର ଅଞ୍ଚଳବାସୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି । ଗତକାଲି ରାତିରେ କୟାଁ ପଞ୍ଚାୟତ ଦରଭା ଓଳାବର ମୁଖ୍ୟ ରାସ୍ତା ରେ ଆସୁଥିବା କାରଟି ବନ୍ୟା ଜଳରେ ଭାସିଯାଇଥିଲେ । ଖବର ପାଇ ଦଶରଥପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ବନ୍ୟା ଜଳରେ ବୁଡ଼ିଯାଇଥିବା କାରଟିକୁ ଉଦ୍ଧାର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ