Masthead

ମୋଦିଙ୍କ ୟଙ୍ଗ ଟିମ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ମୋଦିଙ୍କ ଜମ୍ବୋଟିମ । ମୋଦି ତାଙ୍କ ଦ୍ୱିତୀୟ ଇନିଂସ ମନ୍ତ୍ରିମଣ୍ଡଳର ପ୍ରଥମ ଅଦଳବଦଳ କରିଛି । ଏଥିରେ ଓବିସି,ଦଳିତ, ଏସସି ଓ ଏସଟିଙ୍କ ସଂଖ୍ୟା ଅଧିକ । ମୋଦି ଓବିସି ସରକାର ଗଢିଥିବା କିଛି ସମାଲୋଚକ କହୁଛନ୍ତି ।ମୋଦିଙ୍କ ଦ୍ୱିତୀୟ ଇନିଂସ ଦ୍ୱିତୀୟପାଳିର ପ୍ରଥମ ଅଦଳବଦଳରେ ୨୫ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇଛି । ଦଳିତ ବର୍ଗରୁ ୧୨ ଓ ପଛୁଆବର୍ଗରୁ ୨୭ଜଣଙ୍କୁ ସ୍ଥାନ ମିଳିଛି ।

ଏହାଛଡ଼ା ୮ଆଦିବାସୀ ଓ ୭ ଏସଟି ବର୍ଗର ନେତା ମନ୍ତ୍ରୀ ହୋଇଛନ୍ତି । ୫ଜଣ ସଂଖ୍ୟାଲଘୁ ନେତା ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ନୂତନ ମନ୍ତ୍ରୀ ତାଲିକାରେ ୪ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମନ୍ତ୍ରିମଣ୍ଡଳରେ ଅଛନ୍ତି ୧୩ ଓକିଲ ଓ ୬ ଡାକ୍ତର । ୭ ଜଣ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଓ ୫ଇଞ୍ଜିନିୟର ମଧ୍ୟ ମୋଦିଙ୍କ ଜମ୍ବୋ ଟିମରେ ସାମିଲ ହୋଇଛନ୍ତି । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨୩ଜଣ ୩ରୁ ଅଧିକ ଥର ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ୮ଜଣ ବିଭିନ୍ନ ରାଜ୍ୟରେ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଛନ୍ତି । ୩୯ ମଧ୍ୟ ବିଧାୟକ ଥିଲେ । ଏଥିରେ ମହିଳା ମନ୍ତ୍ରୀ ଶପଥ ନେଇଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୧୪ଜଣଙ୍କ ବୟସ ୫୦ରୁ କମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ