Masthead

ଟ୍ୱିଟର ୟୁଜର୍ସଙ୍କ ବାବଦରେ ସର୍ବାଧିକ ତଥ୍ୟ ମାଗିଛି ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟ୍ୱିଟରକୁ ନୂଆ ଆଇଟି ନିୟମ ଅନୁସାରେ ସର୍ବାଧିକ ତଥ୍ୟ ମାଗିଥିବା ଦେଶ ମଧ୍ୟରେ ଭାରତ ପ୍ରଥମ । ତେବେ ଏହି ନିୟମ ଲାଗୁ ହେବା ପରେ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ମଧ୍ୟ ବଢ଼ିଛି । ଏହା ମଧ୍ୟରେ ଟ୍ୱିଟର ନିଜରର ଟ୍ରାନ୍ସପରେନ୍ସି ରିପୋର୍ଟ ମଧ୍ୟ ଜାରି କରିଛି । ଏଥିରେ କୁହାଯାଇଛି ଯେ ସର୍ବାଧିକ ଟ୍ୱିଟର ୟୁଜର ବା ଆକାଉଣ୍ଟ ବାବଦରେ ଅଧିକ ସୂଚନା ମାଗିବାରେ ଭାରତ ପ୍ରଥମ । ତେବେ ଏହାପଛକୁ ରହିଛି ଆମେରିକା । ସେହିଭଳି ସର୍ବାଧିକ ପୋଷ୍ଟ ଡିଲିଟ କରିବାକୁ ଅନୁରୋଧ କରୁଥିବା ଦେଶ ମଧ୍ୟରେ ଜାପାନ ପ୍ରଥମରେ ରହିଛି ।

ତେବେ ପୋଷ୍ଟ ହଟାଇବାକୁ ନିବେଦନ କରିଥିବା ରାଷ୍ଟ୍ର ମଧ୍ୟରେ ଶ୍ରେଷ୍ଠ ୫ଟି ଦେଶ ମଧ୍ୟରେ ଜାପାନ, ଭାରତ, ଋଷିଆ, ତୁର୍କୀ ଏବଂ ଦକ୍ଷିଣ କୋରିଆ ରହିଛନ୍ତି । ଏହି ରିପାର୍ଟ କମ୍ପାନୀ ତରଫରୁ ବର୍ଷକୁ ଦୁଇଥର ପ୍ରକାଶ ପାଇଥାଏ । ତେବେ ନୂଆ ଆଇଟି ନିୟମକୁ ଟ୍ୱିଟର ମାନୁ ନଥିବା ବେଳେ ଏହାକୁ ନେଇ କେନ୍ଦ୍ର ଓ ଟ୍ୱିଟର ମଧ୍ୟରେ ବିବାଦ ବଢ଼ିଥିଲା । ଦିଲ୍ଲୀ ହାଇକୋର୍ଟ ଟ୍ୱିଟରକୁ ଏହି ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ୱିଟର ସ୍ଥାନୀୟ ନୋଡାଲ ଅଧିକାରୀ ଭାବରେ ବିନୟ ପ୍ରକାଶଙ୍କୁ ଟ୍ୱିଟର ନିଯୁକ୍ତି ଦେଇଛି। ଭାରତରେ ଏବେ ଟ୍ୱିଟରରେ ଆନୁମାନିକ ୧.୭୫ କୋଟି ୟୁଜର ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ