Masthead

ନଦୀକୁ ଡେଇଁ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣାରେ ସସପେନ୍ସ ଜାରି

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ): ରହସ୍ୟ ଘେରରେ ତେଲ ନଦୀକୁ ଡେଇଁ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣା । ମୃତକଙ୍କ ପରିବାର ଲୋକଙ୍କ ନିରବତା ଏହି ଘଟଣାକୁ ଆହୁରି ରହସ୍ୟାବୃତ୍ତ କରି ରଖିଛି । ଦୁଇ ଭଉଣୀ ଅନମୋଲ ଓ ଆଞ୍ଚଲ ଗତ ଗୁରବାର ତୁଷୁରା ଯିବାକୁ କହି ଘରୁ ବାହରିଥିଲେ । ହେଲେ ତେଲ ନଦୀ ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ । ପୋଲିସ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଦୁଇଦିନ ଧରି ତୁଷୁରାରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି ପରେ ଆଜି ଦୁହିଁଙ୍କ ମୃତଦେହ ଉଦ୍ଧାର ହୋଇଛି । ସାନ ଭଉଣୀ ଆଞ୍ଚଲଙ୍କ ମୃତଦେହ ସୁବର୍ଣ୍ଣପୁର ଜିଲ୍ଲା ସିଂହାରୀ ପଞ୍ଚାୟତ ବଡ଼ଦଣ୍ଡା ଗାଁ ତେଲ ନଦୀ କୂଳରୁ ଉଦ୍ଧାର କରାଯାଇଥିବା ବେଳେ ବଡ଼ଭଉଣୀ ଅନମୋଲଙ୍କ ମୃତଦେହ ବୌଦ୍ଧ ଜିଲ୍ଲା ମହାନଦୀ କୂଳରୁ ଉଦ୍ଧାର କରାଯାଇଛି । ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ତେବେ କ’ଣ ପାଇଁ ଦୁଇ ଭଉଣୀ ଏକାଠି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପେ ନେଲେ ତାହା ଏବେ ରହସ୍ୟ ଘେରରେ । ଦୁହେଁ ଅତ୍ମହତ୍ୟା କରିଛନ୍ତି ନା ଅସାବଧାନତା କାରଣରୁ ନଦୀକୁ ଖସିପଡ଼ିଲେ ତାହା ଏବେ ପ୍ରଶ୍ନ ଘେରରେ । କୁହାଯାଉଛି ଯେ ଅଗ୍ରୱାଲ ପରିବାରରେ ସେମିତି କିଛି କଳହ ନ ଥିଲା । କିଛିଦିନ ହେବ ଅନମୋଲଙ୍କ ବାହାଘର ପାଇଁ କଥା ଚାଲିଥିଲା । ତେବେ ବାହାଘର କାରଣ ଯୋଗୁ ଯଦି ଅନମୋଲ ଅତ୍ମହତ୍ୟା କରିଥାନ୍ତି ତେବେ ଆଞ୍ଚଲ କାହିିଁକି ଅତ୍ମହତ୍ୟା କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ପରିବାର ଲୋକେ ମୁହଁ ଖୋଲୁ ନ ଥିବା ବେଳେ ଘଟଣା ଆହୁରି ରହସ୍ୟ ଘେରକୁ ଚାଲିଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ