ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନେପାଳରେ ଆସିଥିବା ଭୟଙ୍କର ଜଳପ୍ରଳୟର ଦୁଃଖ ସରିନି , ଏବେ ପୁଣି ଆସିଛି ଭୟଙ୍କର ବନ୍ୟା । ଗୋର୍ଖା ଜିଲ୍ଲାର ବୁଢୀ ଗଣ୍ଡକୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ନଦୀର ଜଳ ନିକଟସ୍ଥ ଗାଁରେ ପ୍ରବେଶ କରିଛି । ଅନେକ ଘର ଏବଂ ପୋଲ ମଧ୍ୟ ଧୋଇ ଯାଇଛି । ଏଥିରେ ୪ ଜଣ ନିଖୋଜ ଥିବା ରିପୋର୍ଟ ଆସିଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସଜାଗ ରହିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରଶାସନ ନିବେଦନ କରିଛି ।

ଭୋର ପ୍ରାୟ ୪ଟା ବେଳକୁ ପାଣି ଗାଁ ଭିତରକୁ ପଶିବା ଆରମ୍ଭ କରିଥିଲା । ଲୋକମାନେ ଉଚ୍ଛ ସ୍ଥାନକୁ ଦୌଡ଼ିଥିଲେ ।  ଗଣ୍ଡକୀ ନଦୀରେ ବନ୍ୟା ଯୋଗୁଁ ସଲ୍ଲେରୀ, ପାୟୁକୀ ଏବଂ ଜଗତ ନଦୀ କୂଳରେ ଥିବା ଘର ଭାସି ଯାଇଛି । ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ହେବାର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଚୁରନୁବ୍ରି-୬ରେ ଲୋକପା ଏବଂ ଚୁମଲିଙ୍ଗ ମଧ୍ୟରେ ବୁଢୀ ଗଣ୍ଡକୀର ଏକ ଉପନଦୀ ସିୟାରର ପ୍ରବାହ ବାଧାପ୍ରାପ୍ତ ହେବାରୁ ଜଳସ୍ତର ବଢିଥିବା ସନ୍ଦେହ କରଯାଉଛି । ଯାହା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଆକସ୍ମିକ ବନ୍ୟା ଯୋଗୁଁ ଉତ୍ତର ଗୋର୍ଖାର ଅନେକ ଅଞ୍ଚଳରେ ୩୫ ଘର ଭାସି ଯାଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଝଡ଼ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି 🔴 ମିଳିଲାନି ମହାପ୍ରୟାଣ ସେବା, ରାସନ କାର୍ଡ ବନ୍ଧକ ରଖି ମୃତଦେହ ନେଲେ ପରିବାର 🔴 ଭୂକମ୍ପରେ ଥରିଲା ପାନାମା 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଝଡ଼ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି 🔴 ମିଳିଲାନି ମହାପ୍ରୟାଣ ସେବା, ରାସନ କାର୍ଡ ବନ୍ଧକ ରଖି ମୃତଦେହ ନେଲେ ପରିବାର 🔴 ଭୂକମ୍ପରେ ଥରିଲା ପାନାମା 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ