ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ୍ । ଆଜି ପ୍ରାର୍ଥିପତ୍ର ଦାଖଲ ହେବ । ହାତରେ କମ୍ ସମୟ ଥିବାରୁ ନିଜ ନିଜ ସପକ୍ଷରେ ପିଲାଙ୍କୁ ଟାଣିବାକୁ ଚାଲିଛି କସରତ। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍କୁ ରାଜନୀତି ଫେରିଥିବାରୁ କ୍ଲାସ୍ରୁମ୍ରୁ ହଷ୍ଟେଲ ସବୁଠି କୋଳାହଳ । ଏହା ପୂର୍ବରୁ ଛାତ୍ର ସଂଗଠନମାନେ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଯେପରି ଅନ୍ୟ ସଂଗଠନ ହାଇଜାକ୍ ନ କରନ୍ତି ସେଥିଲାଗି ସଜାଗ ହୋଇଛନ୍ତି । ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ରଖିଛନ୍ତି । ଏପରିକି ଛାତ୍ର ବିଜେଡି ନାମାଙ୍କନ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବନି ।
ଏବିଭିପିର ପ୍ରାର୍ଥୀ କଂଗ୍ରେସ ହାତଗଣତି ସ୍ଥାନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଜି ସକାଳ ୧୦ଟାରୁ ଦିନ ୧ଟା ଯାଏ ନାମାଙ୍କନ ପତ୍ର ଦାଖଲ ପାଇଁ ସୁଯୋଗ ପ୍ରଦାନ କରାଯିବ । ଶନିବାର ଦିନ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ । ଏହାପରେ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ରାତି ପାହିଲେ ନାମାଙ୍କନ, କିନ୍ତୁ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ନିର୍ବାଚନୀ ତାତି ଦେଖିବାକୁ ମିଳିଲାଣି । ହିଂସା ସହ କ୍ୟାମ୍ପସ ଅଶାନ୍ତ ହୋଇ ପଡ଼ିଛି । ଯାଜପୁର ବ୍ୟାସନଗର କଲେଜରେ ବୋମାମାଡ଼ ହୋଇଛି । ଫଳରେ ନିର୍ବାଚନ ବାତିଲ କରାଯାଇଛି ।
୮ ବର୍ଷ ପରେ କ୍ୟାମ୍ପସ୍କୁ ରାଜନୀତି ଫେରିଥିବାରୁ କ୍ଲାସ୍ରୁମ୍ରୁ ହଷ୍ଟେଲ ସବୁଠି କୋଳାହଳ । ପ୍ରଚାରରେ ଲାଗିପଡ଼ିଲେଣି ଆଶାୟୀ ପ୍ରାର୍ଥୀ। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ହେବ ନିର୍ବାଚନ । ସେହିଭଳି ୩ଟି ବିଶ୍ୱବିଦ୍ୟାଳୟ ଓ ୨୦୨ଟି ମହାବିଦ୍ୟାଳୟରେ ଚୟନ ପଦ୍ଧତିରେ ବାଛିବେ ଛାତ୍ରନେତା । କ୍ୟାମ୍ପସ୍ରେ ଚକ୍ଲେଟ୍, ବିରିୟାନୀ, ପୁସିଂକାର୍ଡ ବାଣ୍ଟି, ମିଠା ଖୁଆଇ, କେକ କାଟି ଛାତ୍ରଛାତ୍ରୀଙ୍କ ସମର୍ଥନ ଲୋଡ଼ିଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ମୌଳିକ ସୁବିଧା, ଭିତ୍ତିଭୂମି, କ୍ୟାମ୍ପସରେ ସୁରକ୍ଷା, ହଷ୍ଟେଲ ସମସ୍ୟାର ସମାଧାନ, ଜେନ୍ଜି ପ୍ରମୁଖ ପ୍ରସଙ୍ଗ ପାଲଟିବ । ଆସନ୍ତା ୧୫ ତାରିଖରେ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡିକରେ ଭୋଟ୍ ହେବ ।