ଭୂକମ୍ପରେ ଥରିଲା ପାନାମା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାନାମାରେ ଭୂକମ୍ପ । ପାସିଫିକ୍ ରିଙ୍ଗ ଅଫ ଫାୟାରରେ ଥିବା ପାନାମାରେ ୭.୭ ତୀବ୍ରତାର ଭୂକମ୍ପ । ପିଟାଲୋଜା ହେରେରାରୁ ୧୨.୬ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ। ୪୦ରୁ ଅଧିକ ଆଫ୍ଟରସକ୍‌ରେ ଥରିଲା ସମଗ୍ର ଦେଶ ।ଏକାଧିକ ସ୍ଥାନରେ ବିଦ୍ୟୁତ ସେବା ଠପ୍ ହୋଇଥିବା ସୂଚନା । ଟୋକୁମେନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବା ବନ୍ଦ । ପାନାମାର ଦକ୍ଷିଣ ଉପକୂଳ ହେରେରା ପ୍ରଦେଶରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଘଟିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିଲା । ଏହାର ଗଭୀରତା ୧୦ କି.ମି ଭୂପୃଷ୍ଠ ତଳେ ରହିଥିବା ବେଳେ ଉତ୍ପତ୍ତିସ୍ଥଳ ଉପାନ୍ତ ପିଟାଜୋଲା ଆରିବା ଠାରୁ ୧୦ କି.ମି. ଦୂରରେ ରହିଥିବା ଜଣାପଡିଛି । ରାଜଧାନୀ ପାନାମା ସିଟିରେ ମଧ୍ୟ ଭୂକମ୍ପର ଝଟ୍କା ଲାଗିଥିଲା । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ୧ ମିଟରରୁ ୩ ମିଟର ପର୍ୟ୍ୟନ୍ତ ସୁନାମୀ ଆସିବାର ଆଶଙ୍କା କରାଯାଉଛି । ପାନାମା ସମେତ କଲମ୍ବିଆ, ଇକ୍ୱୋଡର, ନିକାରାଗୁଆ, କୋଷ୍ଟାରିକା, ଏଲ୍ ସାଲଭାଡୋର, ହୋଣ୍ଡୁରାସ, ମେକ୍ସିକୋ, ପେରୁ ଓ ଗୁଏଟମାଲା ଉପକୂଳ ପାଇଁ ଏହି ସୁନାମୀ ସତର୍କତା ଜାରି କରାଯାଇଛି ।

ଭୂକମ୍ପ ପରେ ପରେ ଆହୁରି କେତେକ ଝଟ୍କା ମଧ୍ୟ ଲାଗିଛି । ଯାହାକୁ ନେଇ ଲାଟିନ ଆମେରିକାରେ ସୁନାମୀ ସତର୍କତା ଜାରି ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଅନୁମାନ କରାଯାଉଛି । କିନ୍ତୁ କ୍ଷୟକ୍ଷତି ନେଇ ସବିଶେଷ ସୂଚନା ମିଳିପାରିନାହିଁ । ତେବେ ଭୂକମ୍ପରେ କେତେକ ସ୍ଥାନରେ କୋଠା ଘର କ୍ଷତିଗ୍ରସ୍ତ ହୋଇଥିବାର ଖବର ମିଳିଛି । ରାଜଧାନୀରେ ବଡବଡ ସ୍କାଏସ୍କ୍ରାପର ଥିଲେ ମଧ୍ୟ ତାହା ସୁରକ୍ଷିତ ଅଛି । ଭୂକମ୍ପ ପରେ ପାନାମା ସିଟିରେ ଦୁଇଟି ମେଟ୍ରୋ ଲାଇନ ସେବାକୁ ତତ୍କାଳ ବନ୍ଦ କରିଦିଆଯାଇଛି । ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି । ପ୍ରତିଶେଧକ ବ୍ୟବସ୍ଥା ସ୍ୱରୂପ ପାନାମାର ମୁଖ୍ୟ ଆନ୍ତର୍ଜାତିକ ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ରାଷ୍ଟ୍ରପତି ଜୋଶ ରାଉଲ ମୁଲିନୋ ଲୋକମାନଙ୍କୁ ସୁରକ୍ଷିତ ରହିବାକୁ ନିବେଦନ କରିବା ସହ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଜଣାଇବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାନାମା ରିଂ ଅଫ୍ ଫାୟାର ବେଲ୍ଟରେ ରହିଛି । ଯାହା ପ୍ରଶାନ୍ତ ମହାସାଗର ତଳେ ରହିଥିବା ଫଲ୍ଟ ଲାଇନ ଉପରେ ଅବସ୍ଥିତ । ତେଣୁ ଏଠାରେ ଅନେକ ସମୟରେ ଛୋଟ ବଡ ଭୂକମ୍ପ ହୋଇ କ୍ଷୟକ୍ଷତି ମଧ୍ୟ ଘଟିଥାଏ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମିଳିଲାନି ମହାପ୍ରୟାଣ ସେବା, ରାସନ କାର୍ଡ ବନ୍ଧକ ରଖି ମୃତଦେହ ନେଲେ ପରିବାର 🔴 ଭୂକମ୍ପରେ ଥରିଲା ପାନାମା 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ମିଳିଲାନି ମହାପ୍ରୟାଣ ସେବା, ରାସନ କାର୍ଡ ବନ୍ଧକ ରଖି ମୃତଦେହ ନେଲେ ପରିବାର 🔴 ଭୂକମ୍ପରେ ଥରିଲା ପାନାମା 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା