ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ

କଟକ (ବଡ଼ ଖବର ବ୍ୟୁରୋ): ଗ୍ୟାସ୍ ପାଇପ୍ ଫାଟି ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଲା କମ୍ପାନୀ। ନିଆଁ ବ୍ୟାପି ପାଖରେ ଥିବା ଏକ ଦୋକାନ ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି। କଟକ ସିଡିଏ ସେକ୍ଟର-୧୦ରେ ଘଟିଛି ଏହି ଅଗ୍ନିକାଣ୍ଡ। ଘଟଣା ସ୍ଥଳରେ ଗେଲ୍ କର୍ତ୍ତୃପକ୍ଷ ପହଞ୍ଚି ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି ।  ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ହଠାତ୍ ରାସ୍ତା କଡ ମାଟି ତଳୁ ନିଆଁ ଉଠିଥିଲା । ଚାରିଟି ସ୍ଥାନରେ ଏଭଳି ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ଓ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ବା ଗେଲ୍ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭୂତଳ ବିଦ୍ୟୁତ କେବୁଲ ବିଛାଇବା ପାଇଁ କାମ ଚାଲୁଥିବା ବେଳେ ମାଟି ତଳେ ଯାଇଥିବା ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଥିବା କୁହାଯାଉଛି । ସେପଟେ ଭୂତଳ ଗ୍ୟାସ୍ ପାଇପ୍ ଲାଇନର ନିରାପତ୍ତା ନେଇ ପ୍ରଶ୍ନ ଉଠିଛି । ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ରନ୍ଧନ ଗ୍ୟାସ ଯୋଗାଯୋଗ ପ୍ରଭାବିତ ହୋଇଛି । ଗେଲ୍ କର୍ତ୍ତୃପକ୍ଷ ପାଇପ୍ ଲାଇନ୍ ସଜାଡ଼ିବାକୁ ଚେଷ୍ଟା କରୁଥିବା ବେଳେ ପାଣି ପାଇପ୍ ଲାଇନ୍ ମଧ୍ୟ ଫାଟି ଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ