Before Header

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବୋମାର ଆତଙ୍କ

0 15

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବୋମାର ଆତଙ୍କ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ । ବୋମା ଆତଙ୍କ ଖେଳିଯିବା ପରେ ପୁଲିସ ଘଟଣାସ୍ଥଳରେ ତଲାସି ଆରମ୍ଭ କରିଥିଲେ । ଜାଣିବାକୁ ପାଇଥିଲା ଯେ ଏହା ମିଛ ବୋଲି । ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରୁ ପୁଲିସ ଅଧିକାରୀମାନେ ବୋମା ପାଇନଥିଲେ।

ତେବେ ବୋମା ଥିବା ଖବର ପାଇବାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରିଛନ୍ତି।। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଡିସିପି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବୋମା ଥିବା ଖବର ଦିଲ୍ଳୀ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଆସିଥିଲା।

Leave A Reply

Your email address will not be published.