ଗଛରେ ଝୁଲୁଛି ମୃତ କଲରା ପତରିଆ ବାଘ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ):  କବିସୂର୍ଯ୍ୟନଗର ଅଞ୍ଚଳରୁ ଆସିଲା ଏକ ଚାଞ୍ଚଲ୍ୟକର ଘଟଣା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନଖଣ୍ଡ କବିସୂର୍ୟ୍ୟନଗର ଜରଡ ପାହାଡ ନିକଟରେ ଏକ ନିମ୍ବ ଗଛରୁ କଲରା ପତରିଆ ବାଘର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଶିକାର ପାଇଁ ବିଛା ଯାଇଥିବା ଫାଶରେ ବାଘଟି ଲାଗିବା ପରେ ଗଛ ଉପରକୁ ଚଢି ଚାଲିଯାଇଥିଲା । ସେଠାରେ ସେ ଛନ୍ଦି ହୋଇ ଝୁଲନ୍ତା ଅବସ୍ଥାରେ ଗଛରେ ରହିଥିଲା । ବାଘ ଦେହରେ ଫାଶ ଲାଗି ସହିତ ଏକ ପଥର ମଧ୍ୟ ଝୁଲନ୍ତା ଅବସ୍ଥାରେ ରହିଥିଲା । ଏହି ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବାଘଟି ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ପ୍ରଥମେ ଦେଖିଥିଲେ । ଏହାପରେ ସ୍ଥାନୀୟ ପୋଲିସ ବିଭାଗକୁ ଖବର ଦିଆଯାଇଥିଲା । ଏହାପରେ ଖଲ୍ଲିକୋଟ ବନ ବିଭାଗ ସୂଚନା ଦେବା ପରେ ବ୍ରହ୍ମପୁର ଡି.ଏଫ.ଓ ସମେତ ଖଲ୍ଲିକୋଟ, ପୁରୁଷୋତମପୁର ଓ କବିସୂର୍ୟ୍ୟନଗର ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଥିଲେ । ସେଠାରେ ଅଗ୍ନିଶମ ବିଭାଗ ସହାୟତାରେ ଗଛ ଉପରୁ ବାଘଟିକୁ ଓହ୍ଲାଯାଇଥିଲା । ଏହାପରେ ପୁରୁଷୋତମପୁର ପଶୁ ଚିକିତ୍ସାଳୟକୁ ବାଘର ଶବ ବ୍ୟବଚ୍ଚେଦ ପାଇଁ ପଠାଯାଇଥିଲା । ବାଘର ବ୍ୟବଚ୍ଚେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବ୍ରହ୍ମପୁର ଡି.ଏଫ.ଓ ତାଙ୍କର ପ୍ରତିକ୍ରିୟା ରଖିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ