Masthead

କୋଭିଡ଼ର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହ: କେ ବିଜୟ ରାଘବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଲାଗି ରହିଛି । ଦ୍ୱିତୀୟ ଲହର ନଯାଉଣୁ ଏବେ ତୃତୀୟ ଲହର ସଂକ୍ରମଣ ନେଇ ସତର୍କ କରାଇଲେଣି ବୈଜ୍ଞାନିକ । ଦେଶରେ ତୃତୀୟ ଲହର ଆସିବ । ଏହାର ମୁକବିଲା ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ କହିଛନ୍ତି । କେଉଁ ସମୟରେ ତୃତୀୟ ଲହର ସଂକ୍ରମଣ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ଜଣା ନାହିଁ । କିନ୍ତୁ ଏଥିପାଇଁ ଆମକୁ ଆଗରୁ ସଚେତନ ହେବାକୁ ପଡ଼ିବ ବୋଲି କହିଛନ୍ତି ବିଜୟ ରାଘବନ । ତେବେ ଦ୍ୱିତୀୟ ଲହର ଏତେ ଲମ୍ବା ଓ ଭୟାନକ ହେବ ବୋଲି କେହି ଅନୁମାନ ମଧ୍ୟ କରିନଥିଲେ । ତେଣୁ ତୃତୀୟ ଲହର କେଉଁ ପରିସ୍ଥିତିରେ ଓ କେତେ ଭୟାନକ ରହିବ ତାହାର ଅନୁମାନ କରିବା କଷ୍ଟ ।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦ୍ୱିତୀୟ ଲହରରେ ଭାଇରସ ଅତି ମାତ୍ରାରେ ସଂକ୍ରାମକ ହୋଇ ଉଠିଛି । ସଂକ୍ରମଣ ବଢ଼ାଉଥିବା ଏହି ନୂଆ ପ୍ରଜାତିକୁ ନିୟନ୍ତ୍ରଣ କରିବାପାଇଁ ଟିକାର ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡ଼ିବ । ବ୍ରିଟେନ ପ୍ରଜାତିର ଭୂତାଣୁ କମୁଥିବା ବେଳେ ଭାରତୀୟ ପ୍ରଜାତିର ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ନୂଆ ପ୍ରଜାତିର ସଂକ୍ରମଣ ପାଇଁ ଟିକା ଫଳପ୍ରଦ ହୋଇଛି । ସମଗ୍ର ବିଶ୍ୱରେ ପୁଣି ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବ ତାକୁ ମାତ ଦେବାକୁ ଟିକାକୁ ଆହୁରି ପ୍ରଭାବି କରିବାକୁ ପଡ଼ିବ । ଭାରତ ସମେତ ସମଗ୍ର ବିଶ୍ୱର ବୈଜ୍ଞାନକ ମାନେ ଏବେ ଏହି ଦିଗରେ ଦିନ ରାତି କାର୍ଯ୍ୟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ