Masthead

କୋଭିଡ଼ର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହ: କେ ବିଜୟ ରାଘବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଲାଗି ରହିଛି । ଦ୍ୱିତୀୟ ଲହର ନଯାଉଣୁ ଏବେ ତୃତୀୟ ଲହର ସଂକ୍ରମଣ ନେଇ ସତର୍କ କରାଇଲେଣି ବୈଜ୍ଞାନିକ । ଦେଶରେ ତୃତୀୟ ଲହର ଆସିବ । ଏହାର ମୁକବିଲା ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ କହିଛନ୍ତି । କେଉଁ ସମୟରେ ତୃତୀୟ ଲହର ସଂକ୍ରମଣ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ଜଣା ନାହିଁ । କିନ୍ତୁ ଏଥିପାଇଁ ଆମକୁ ଆଗରୁ ସଚେତନ ହେବାକୁ ପଡ଼ିବ ବୋଲି କହିଛନ୍ତି ବିଜୟ ରାଘବନ । ତେବେ ଦ୍ୱିତୀୟ ଲହର ଏତେ ଲମ୍ବା ଓ ଭୟାନକ ହେବ ବୋଲି କେହି ଅନୁମାନ ମଧ୍ୟ କରିନଥିଲେ । ତେଣୁ ତୃତୀୟ ଲହର କେଉଁ ପରିସ୍ଥିତିରେ ଓ କେତେ ଭୟାନକ ରହିବ ତାହାର ଅନୁମାନ କରିବା କଷ୍ଟ ।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦ୍ୱିତୀୟ ଲହରରେ ଭାଇରସ ଅତି ମାତ୍ରାରେ ସଂକ୍ରାମକ ହୋଇ ଉଠିଛି । ସଂକ୍ରମଣ ବଢ଼ାଉଥିବା ଏହି ନୂଆ ପ୍ରଜାତିକୁ ନିୟନ୍ତ୍ରଣ କରିବାପାଇଁ ଟିକାର ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡ଼ିବ । ବ୍ରିଟେନ ପ୍ରଜାତିର ଭୂତାଣୁ କମୁଥିବା ବେଳେ ଭାରତୀୟ ପ୍ରଜାତିର ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ନୂଆ ପ୍ରଜାତିର ସଂକ୍ରମଣ ପାଇଁ ଟିକା ଫଳପ୍ରଦ ହୋଇଛି । ସମଗ୍ର ବିଶ୍ୱରେ ପୁଣି ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବ ତାକୁ ମାତ ଦେବାକୁ ଟିକାକୁ ଆହୁରି ପ୍ରଭାବି କରିବାକୁ ପଡ଼ିବ । ଭାରତ ସମେତ ସମଗ୍ର ବିଶ୍ୱର ବୈଜ୍ଞାନକ ମାନେ ଏବେ ଏହି ଦିଗରେ ଦିନ ରାତି କାର୍ଯ୍ୟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସୁଛି ବଡ଼ ଲଘୁଚାପ 🔴 ପାକିସ୍ତାନ ପରେ ବାଂଲାଦେଶର ପାଳି 🔴 ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 ଆସୁଛି ବଡ଼ ଲଘୁଚାପ 🔴 ପାକିସ୍ତାନ ପରେ ବାଂଲାଦେଶର ପାଳି 🔴 ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ