ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସରିନି ଆଶୁଛି ଆଉ ଏକ ଲଘୁଚାପ ।  ପାଣିପାଗ ମଡେଲର ଆକଳନ ଅନୁସାରେ ଜୁଲାଇ ୧୨ରୁ ୧୫ ମଧ୍ୟରେ ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସୃଷ୍ଟି ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଓଡିଶାରେ ବ୍ୟାପକ ବର୍ଷା କରାଇପାରେ ।

IMDପୂର୍ବାନୁମାନ ମୁତାବକ ବିଶେଷକରି ଓଡ଼ିଶାର ଉତ୍ତର ଏବଂ ଉପକୂଳ ଜିଲ୍ଲା ଗୁଡିକ ଅତିମାତ୍ରାରେ ପ୍ରଭାବିତ ହୋଇପାରନ୍ତି । ଯଦି ଲଘୁଚାପ ଅଧିକ ଶକ୍ତିଶାଳୀ ହୁଏ ତେବେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବି ପ୍ରବଳ ବର୍ଷା ହୋଇ ପାରେ । ତେବେ ଏ ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ କରାଯାଇ ନ ଥିଲେ ମଧ୍ୟ ବିଭିନ୍ନ ମଡେଲର ଆକଳନ ଏହି ଭଳି ସଂକେତ ଦେଉଛି । NCMRWF  ମଡେଲ ଅନୁସାରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

ECMWF ମଡେଲ ଅନୁସାରେ ମୌସୁମୀ ରେଖା ସକ୍ରିୟ ରହିବ । ଆକଳନ ଅନୁସାରେ, ଉତ୍ତର ଓଡ଼ିଶା ଏବଂ ଉପକୂଳ ଓଡିଶା ପାଇଁ ବେଶୀ ବିପଦରେ ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର । ଲଘୁଚାପ ସୃଷ୍ଟି ହେବା ଦ୍ୱାରା ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ଯାହା ଦ୍ୱାରା ହୀରାକୁଦ ନଦୀ ଫୁଲିବାରେ ସମ୍ଭାବନା ରହିଛି । ପାଣି ଅଧିକ ହେଲେ ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ