ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : ବଢୁଛି ରାଣେଙ୍କ ଆଡୁଆ । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ପତ୍ନୀ ଓ ବିଧାୟକ ପୁଅ ନାଁରେ ୬୫ କୋଟି ଟଙ୍କାର ଋଣ ନସୁଝିବା ଅଭିଯୋଗ ରହିଛି । ତେବେ ଗୁରୁବାର ତାଙ୍କ ନାଁରେ ଏହି ଲୁକଆଉଟ ନୋଟିସ ଜାରି କରିଛି ପୋଲିସ । ଏହି ନୋଟିସ ଜାରି ହେବା ପରେ ସେମାନଙ୍କୁ ଦେଶ ଛାଡି ଯିବା ପାଇଁ ମନା ହୋଇଛି ।
ସୂଚନା ଅନୁସାରେ ପତ୍ନୀ ନିଲମ ରାଣେଙ୍କ ଅଧିନରେ ଥିବା କମ୍ପାନୀ ଆର୍ଟଲାଇନ୍ ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡ୍ ଡିଏଚଏଫଏଲ୍ରୁ ୨୫ କୋଟି ଟଙ୍କା ଋଣ ନେଇଥିଲା । ଏବେ ଏହି କମ୍ପାନି ଉପରେ ୨୭.୧୩ କୋଟି ଟଙ୍କାର ଋଣଭାର ରହିଛି । ସେହିଭଳି ତାଙ୍କ ପୁଅ ନୀତେଶଙ୍କ କମ୍ପାନୀ ନୀଲମ ହୋଟେଲ ଉପରେ ୩୪ କୋଟି ଟଙ୍କାର ଋଣ ରହିଛି । ଏହା ପରେ କେନ୍ଦ୍ର ଏ ନେଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେମାନଙ୍କ ନାଁରେ ଲୁକଆଉଟ ନୋଟିସ ଜାରିହୋଇଥିବା ନେଇ ସେ କହିଛନ୍ତି ।