Masthead

୧୮ ଲକ୍ଷ ଖର୍ଚ୍ଚ କରି ମଣିଷରୁ କୁକୁର ହେଲେ ବ୍ୟକ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆମ ସମାଜ ଅଜବ ଲୋକମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ଏ ଦୁନିଆରେ ସମସ୍ତଙ୍କ ଠାରୁ କିଛି ଭିନ୍ନ କରିବାର ପ୍ରଚେଷ୍ଟା ବେଳେ ମଣିଷକୁ କିଛିବି ପାଇଁ ବାଧ୍ୟ କରାଏ । ସଦ୍ୟତମ ମାମଲା ଜାପାନର, ଯେଉଁଠାରେ ଜଣେ ବ୍ୟକ୍ତି ନିଜକୁ କୁକୁରରେ ପରିଣତ କରିଦେଇଛନ୍ତି । ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ଜାପାନର ଟୋକୋ ନାମକ ବ୍ୟକ୍ତି କୁକୁରକୁ ଏତେ ପସନ୍ଦ କରନ୍ତି ଯେ, ସେ ନିଜକୁ ବି ଅବିକଳ କୁକୁରରେ ପରିଣତ କରିଦେଇଛନ୍ତି । ଆପଣ ଶୁଣିଲେ ଆହୁରି ଆଶ୍ଚର୍ୟ୍ୟ ହେବେ କି ଏଭଳି ହେବା ପାଇଁ ଟୋକୋଙ୍କୁ ୨୨ ହଜାର ଡଲାର ଅର୍ଥାତ୍ ପ୍ରାୟ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ।

https://twitter.com/zeppetJP/status/1513336198856851461?s=20

ତେବେ ବର୍ତ୍ତମାନ କୁକୁର ପରି ଦେଖାଯାଉଥିବା ଏହି ବ୍ୟକ୍ତିଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି । ଜାପାନ ମିଡିଆ ରିପୋର୍ଟ ଅନୁଯାୟୀ, ଜେପେଟ ନାମକ ଏକ କମ୍ପାନୀ ଟୋକଙ୍କୁ କୁକୁର ରୂପରେ ତିଆରି କରିବାରେ ସାହାଯ୍ୟ କରିଛି। ଏହା କରିବାକୁ କମ୍ପାନୀ ପ୍ରାୟ ୪୦ ଦିନ ସମୟ ନେଇଛି। ଏହି ବ୍ୟକ୍ତି ଏକ କଲି ପ୍ରଜାତିର କୁକୁରର ରୂପ ନେଇଛନ୍ତି ।

କେଉଁ ବିଷୟରେ କମ୍ପାନୀର ମୁଖପାତ୍ର କହିଛନ୍ତି ଯେ ଏହି ବ୍ୟକ୍ତି କଲି କୁକୁର ଲାଇନରେ ତିଆରି ହୋଇଛନ୍ତି। ଟୋକୋ ୪ ଗୋଡରେ ଚାଲୁଥିବା ପ୍ରକୃତ କୁକୁର ପରି ଦେଖାଯାଉଛି । ମନୁଷ୍ୟରୁ କୁକୁର ହୋଇଥିବା ଟୋକୋ କହିଛନ୍ତି ଏହା ତାଙ୍କ ଜୀବନର ସ୍ୱପ୍ନ ଥିଲା । ଟୋକୋ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ‘ମୁଁ ପଶୁ ହେବାକୁ ଚାହୁଁଛି’ ନାମକ ଏକ ଭିଡିଓ ଅପଲୋଡ୍ କରିଛି । ଏହି ଚ୍ୟାନେଲରେ ସମୁଦାୟ ୩୧,୦୦୦ ଫୋଲର୍ସ ଥିବା ବଳେ ତାଙ୍କ କୁକୁର ହେବାର ଭିଡିଓଗୁଡିକ ୧ ମିଲିୟନରୁ ଅଧିକ ଥର ଦେଖାଯାଇସାରିଛି । ଭିଡିଓରେ ଟୋକୋଙ୍କ ବେକରେ ପଟି ଲଗାଇ ବୁଲିବାକୁ ନିଆଯାଉଥିବା ଦେଖିବାକୁ ମିଳିଛି।

ମାନବ କୁକୁରଟି ପାର୍କରେ ଥିବା ଅନ୍ୟ କୁକୁରମାନଙ୍କୁ ଛିଞ୍ଚି ପଶୁ ପରି ଚଟାଣରେ ଗଡ଼ିଥିବାର ଦେଖିବାକୁ ମିଛିଳି। ଏକ ସାକ୍ଷାତକାରରେ ଟୋକୋ କହିଛନ୍ତି କି ତାଙ୍କର ପିଲାଦିନର ସ୍ୱପ୍ନ ଥିଲା ଯେ ସେ କୁକୁର ହେବେ , କିନ୍ତୁ ସେ ଚାହୁଁ ନଥିଲେ ଯେ ତାଙ୍କ ଆଖପାଖର ଲୋକମାନେ ଏହି ହବି ବିଷୟରେ ଜାଣନ୍ତୁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ