Masthead

ଗାଁରେ ପହଞ୍ଚିପାରୁନି ଚିକିତ୍ସା ବ୍ୟବସ୍ଥା

ରାଇଘର (ବଡ଼ ଖବର ବ୍ୟୁରୋ):ଗାଁ କୁ ନାହିଁ ପକ୍କା ରାସ୍ତା । ନେଟୱାର୍କ କଥା କହିବା ବହୁ ଦୂରରେ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୯ କିମି ଚାଲି ଚାଲି ଗାଁରେ ପହଂଚିଲେ ସ୍ୱାସ୍ଥ୍ୟକର୍ମୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ବ୍ୟାପୁଛି ମ୍ୟାଲେରିଆ । ଯାହାକୁ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ କରାଯାଉଛି ଅଭିଯାନ । କିନ୍ତୁ ଗାଁରେ ପହଂଚିପାରୁନି ଚିକିତ୍ସା ବ୍ୟବସ୍ଥା । ଗାଁ କୁ ପକ୍କା ରାସ୍ତା ନଥିବାରୁ ୯ କିମି ଚାଲି ଚାଲି ଗାଁରେ ପଂହଚିଛନ୍ତି ସ୍ୱାସ୍ଥ୍ୟକର୍ମୀ । ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନଙ୍କୁ ମାଗଣା ଔଷଧ ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସଚେତନତା କାର୍ଯ୍ୟକ୍ରମ କରାଯିବାରଥିଲା । କିନ୍ତୁ ଏଥିରେ ପକ୍କା ରାସ୍ତା ନଥିବାରୁ ବହୁ ଅସୁବିଧା ମୁଣ୍ଡ ଟେକୁଛି ।

ଏପରି କି କିଛି ଅଂଚଳ ରହିଛି ଯେଉଁଠି ଏଯାଏ ମଧ୍ୟ ରାସ୍ତା ସଂଯୋଗ ହୋଇନାହିଁ । ଆଉ କିଛି ରାସ୍ତାରେ ବର୍ଷା ଯୋଗୁଁ କାଦୁଅ ପଚ ପଚ ହୋଇ ରହିଛି । ରାସ୍ତା ଏତେ କଚ୍ଚା ଯେ, ଗାଡି ଯିବା ମୁସ୍କିଲ । ସୂଚନା ଅନୁସାରେ ଝରିଗାଁ ବ୍ଲକର ସର୍ଗିପାଣି, ମରାଘଟ ଓ ନନ୍ଧନଚୁଆ ଗ୍ରାମର କିଛି ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ତିନୋଟି ଗ୍ରାମର ୧୨୯ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଲୋକଙ୍କ ସମସ୍ୟା ଶୀଘ୍ର ଦୂର କରିବା ତଥା ଅଂଚଳର ସମସ୍ୟା ଗୁଡିକୁ ସମାଧାନ କରିବାର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଲୋକେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି