Masthead

ଆବାସ ପାଇଁ ଲାଞ୍ଚ

ଜଗନ୍ନାଥ ପ୍ରସାଦ, (ବଡ଼ ଖବର ବ୍ୟୁରୋ ) : ହରିଜନ ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କିନ୍ତୁ ତୃଣମୂଳସ୍ତରରେ ଏହାର ସଫଳ ରୂପାୟନ ହୋଇପାରୁ ନଥିବା ଖବର ସାମ୍ନାକୁ ଆସିଛି । ଏଭଳି ଏକ ସଂଙ୍ଗୀନ ଅଭିଯୋଗ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତ ଜୋଡାବନ୍ଦ ଗାଁରେ । ଅଭି ନାଇକ ହେଉଛନ୍ତି ଜଣେ ଆଦିବାସୀ ଜନଜାତି ସଂପ୍ରଦାୟର ବ୍ୟକ୍ତି । ବୟସ ପ୍ରାୟ ୬୩ ହେବ । ଗ୍ରାମର ଗୋଚର ଜମିରେ ୧୫ ବର୍ଷ ଧରି ତାଙ୍କ ପରିବାର ଗଛ ମୂଳେ ଜରି ତଳେ ବସ ବାସ କରନ୍ତି ।

ଗୋଟିଏ ପୁଅ ଗୋଟିଏ ଝିଅ । ପୁଅ ବିଦେଶ ରେ ଦାଦନ ଖଟୁଛି ଯାହାକି ନିଜ ପରିବାର ପୋଷିବାରେ ସମ୍ଭବ ହେଉନି । ଝିଅ ଜ୍ୱାଇଁ ନିଜ ପାଖରେ ରହି ସାହାରା ବନିଛନ୍ତି । ସ୍ଥାୟୀ ଘର ଖଣ୍ଡିଏ ନଥିବାରୁ ନାନା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ତାଙ୍କ ପରିବାର । ବର୍ଷା ହେଲେ ପାଣି ଗଳୁଛି । ମାଟି କାଦରେ ରାତିସାରା ଅନିଦ୍ରା ରହିବାକୁ ପଡୁଛି । ବର୍ଷା ପବନ ବଢିବାର ଦେଖିଲେ କୁନି କୁନି ପିଲାଙ୍କୁ ଧରି କାହାର ଛାତ ଘର ପିଣ୍ଡା ହିଁ ଏକମାତ୍ର ଭରସା । ଫୁଲ (ଝିଅ ) ଙ୍କ କହିବା ଅନୁଯାୟୀ, ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ ବିଚିତ୍ର ନାଇକଙ୍କୁ ବାରମ୍ବାର ଜଣାଇଥିଲୁ । ତାହାସହ ଧାର ଉଦ୍ଧାର କରି ଦଶ ହଜାର ଲାଞ୍ଚ ଦେବାକୁ ମଧ୍ୟ ପଡ଼ିଲା କିନ୍ତୁ ତାର ପ୍ରତିବଦଳରେ ମିଳିଳା ଫଳ ଶୂନ୍ୟ । ଏହା ହେଉଛି ସରକାରଙ୍କ ଦ୍ୱାରା ଆସୁଥିବା କୋଟି କୋଟି ଟଙ୍କାର ଆବାସ ଯୋଜନା ବାସ୍ତବିକ ଚିତ୍ର ।

ଏ ସମ୍ପର୍କରେ ସରପଞ୍ଚ ବିଚିତ୍ର ନାଇକଙ୍କ କହିବା ଅନୁଯାୟୀ, ସମସ୍ୟା ବିଷୟରେ ଅବଗତ ଅଛି । ପେନାଲ ଲିଷ୍ଟ ଅନୁସାରେ ଘର ଆସିବ । ଫୁଲ ଆଣିଥିବା ଟଙ୍କା ଅଭିଯୋଗ ସତ୍ୟତା ଅଛି । ପଂଚାୟତର ପ୍ରଭାକର ନାଇକ ଜଣେ ବ୍ୟକ୍ତି ଘର କରାଇଦେବା ନାମରେ ଟଙ୍କା ଆଣିଛି । ଏ ନେଇ ପଚରା ଉଚରା କରି ଟଙ୍କା ଫେରାଇ ବାକୁ ସରପଞ୍ଚ ନିଜେ ଅନୁରୋଧ କରିଥିବା ବଡ ଖବର କୁ ଜଣାଇ ଛନ୍ତି । ସରପଞ୍ଚ ଜାଣିବା ପରେ ଦଲାଲଙ୍କ ବିରୋଧରେ ଥାନାରେ ଜଣେଇଲେନି କାହିଁ କି । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ