Masthead

ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଯୋଗୁଁ ଆହତ କୁନି ଝିଅର ମୃତ୍ୟୁ ଅଭିଯୋଗ ।ଯାହାହକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଛି ଉତ୍ତେଜନା । ମେଡିକାଲରେ ପୋଲିସ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ଲାଗି ପ୍ରୟାସ କରୁଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଚିକିତ୍ସାଳୟରେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହ ଡାକ୍ତର ଙ୍କୁ ମାଡ଼ ମାରିଥିବା ଜଣା ପଡିଛି ।

ମାଲକାନଗିରି ସହର କେନାଲ କଲୋନୀର ଲଳିତ ପାତ୍ରଙ୍କ ଝିଅ ଆରାଧ୍ୟା ରଜ ପାଇଁ ଘର ନିକଟରେ ଖେଳୁ ଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିଲା । ତୁରନ୍ତ ପରିବାର ଲୋକେ ଝିଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଏହାରି ମଧ୍ୟରେ ଅନେକ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ଡାକ୍ତର ଝିଅଟିର ଚିକିତ୍ସା ପାଇଁ ଆସି ନଥିଲେ । କାଜୁଆଲଟିରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଭିଜ୍ଞ ଡାକ୍ତରଙ୍କୁ ଅଧିକ ଚିକିତ୍ସା ପାଇଁ ଜଣାଇଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର ଆସି ନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବାରମ୍ବାର ଡାକ୍ତରଙ୍କୁ ଡାକିବା ପରେ ବିଳମ୍ବରେ ଡାକ୍ତର ଆସି ଚିକିତ୍ସା କରିବା ବେଳେ ଝିଅଟିର ମୃତ୍ୟ ହୋଇ ସାରିଥିଲା । ପରିବାର ଓ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଚିକିତ୍ସାଳୟରେ ଭଙ୍ଗାରୁଜା କରିବା ସହ କିଛି ଡାକ୍ତରଙ୍କୁ ମାଡ଼ ମାରିଥିବା ଜଣାପଡିଛି । ବର୍ତ୍ତମାନ ଉତ୍ତ୍ୟକ୍ତ ଲୋକେ ଚିକିତ୍ସାଳୟରେ ଝିଅଟିର ମର ଶରୀର ରଖି ଆନ୍ଦୋଳନ କରୁଥିବା ବେଳେ ଦୋଷୀ ଡାକ୍ତରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି