Masthead

୨୦ବର୍ଷ ଧରି ସରକାରୀ ସହାୟତା ଅପେକ୍ଷାରେ ଅଭିରାମ

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ଦୀର୍ଘଦିନ ଧରି ସରକାରୀ ସହାୟତା ଅପେକ୍ଷାରେ ଅଭିରାମ । ଜନ୍ମରୁ ଭିନ୍ନକ୍ଷମ ହୋଇ ଜନ୍ମ ହୋଇନଥିଲେ ମଧ୍ୟ ୨୦ବର୍ଷ ତଳୁ ଦଇବ ତାଙ୍କ ନାମ ସହ ଭିନ୍ନକ୍ଷମ ନାମଟିକୁ ଯେଡିଦେଇଛନ୍ତି । ଦୀର୍ଘ କୋଡିଏ ବର୍ଷତଳେ ଏକ ଦୁର୍ଘଟଣାରେ ଶିକାର ହୋଇ ନିଜର ଡାହାଣ ହାତ ହରାଇ ସବୁଦିନ ଲାଗି ପଙ୍ଗୁ ହୋଇଯାଇଥିବା ଅଭିରାମଙ୍କ ଲାଗି ସରକାରୀ ଯୋଜନା ସାତସପନ। ଭଙ୍ଗା କୁଡିଆରେ ବୁଢ଼ୀ ମା’ ସହ କାଟୁଛନ୍ତି ଦୟନୀୟ ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଅଭିରାମ ବାପା-ମା’ଙ୍କର ଥିଲେ ଏକମାତ୍ର ସନ୍ତାନ । ପିଲାଟି ବେଳୁ ବାପଛେଉଣ୍ଡ ଅଭିରାମ ଅସହାୟ ମା’ ପାଇଁ ଥିଲେ ଏକମାତ୍ର ସାହା। ହେଲେ ଦଇବ ସାଜିଲା ଦାନବ । ଏକ ରାସ୍ତା ଦୁର୍ଘଟଣାରେ ମା’ର ଏକୋଇର ବଳା ହରାଇଲେ ଡାହାଣ ହାତ। ଏବେ ବୁଢ଼ୀ ମା’କୁ ସେ ଖୋଇଦେବେ କ’ଣ, ୭୫ ବର୍ଷର ବୁଢ଼ୀ ମା’ ଥରଥର ହାତରେ ନାତି ମୁହଁରେ ଦେଉଛି ଦାନା। ଭଙ୍ଗା କୁଡିଆରେ ବୁଢ଼ୀ ମା’ର ବାର୍ଦ୍ଧକ୍ୟ ଭତ୍ତା ପଇସାରେ ବଞ୍ଚୁଛି ଦୁହିଁଙ୍କ ଜୀବନ।

ହାତ ହରାଇବା ପରେ ଅଭିରାମଙ୍କୁ ସିନା ଭିନ୍ନକ୍ଷମ ପ୍ରମାଣ ପତ୍ର ଖଣ୍ଡେ ମିଳିଛି, ହେଲେ ସରକାର ତାଙ୍କୁ ଭତ୍ତା ଦେଇପାରିନି । ଦୀର୍ଘଦିନ ଏହି ଝାଟିମାଟି ଭଙ୍ଗା କୁଡିଆରେ ରହୁଥିଲେ ମଧ୍ୟ ସରକାରୀ ଘର ଖଣ୍ଡିଏ ମିଳିପାରିନି। ସହାୟତା ଲାଗି ନେତା ସରପଞ୍ଚଠୁ ବିଡିଓ ପର୍ୟ୍ୟନ୍ତ ଗୁହାରି କରିସାରିଲେଣି, କିଛି ଫଳ ମିଳିନି। ଏନେଇ ଆମେ ବ୍ଲକ ସାମାଜିକ ସୁରକ୍ଷା ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ସେ ସାହାଯ୍ୟ କରିବେ ବୋଲି କହିଛନ୍ତି ଚିରାଚରିତ ଢଙ୍ଗରେ।

ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଛନ୍ତି, ଭିନ୍ନକ୍ଷମ ଅଭିରାମ ଓ ତାଙ୍କ ବୃଦ୍ଧା ମାଙ୍କୁ କେବେ ମିଳିବ ଏହି ସରକାରୀ ସହାୟତା ତାହା ସମୟ ସାପେକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା