Masthead

ଆବାସ ଯୋଜନା ପାଲଟିଛି ସାତ ସପନ

ଭଦ୍ରକ (ବଡ଼ ଖବର ବ୍ୟୁରୋ) :ଥିଲା ବାଲାଙ୍କୁ ଘର ନଥିଲା ବାଲାଙ୍କୁ ପର ।ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପକ୍କାଘର ଯୋଗାଇ ଦେଉଥିବା ବେଳେ କିଛି କୁଜିନେତା ଏବଂ ସରକାରୀ ଅଧିକାରୀ ମୋଟା ଅଙ୍କରେ ଟଙ୍କାନେଇ ଅଯୋଗ୍ୟ ମାନଙ୍କୁ ଯୋଗ୍ୟ ହିତାଧିକାରୀ ସଜାଇ ପକ୍କାଘର ହାତେଇ ନେଉଥିବା ଅଭିଯୋଗ ହୋଇଛି। ଏମିତି ଏକ ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତ ଗଙ୍ଗାଧରପୁର ପାଟଣା ଗ୍ରାମରେ । ରବୀନ୍ଦ୍ର ନାଥ ବୟସ ୫୫ ପାର ହେଲାଣି ପେଶାରେ ଜଣେ ଟଲି ଚାଳକ । ଦିନସାରା ଟଲିଟାଣି ରୋଜଗାର ହୁଏ ,ସେଥିରେ ୬ପ୍ରାଣୀ କୁଟୁମ୍ବ ଚଳନ୍ତି ।ଘରେ ରୋଜଗାର କ୍ଷମ କହିଲେ କେବଳ ରବୀନ୍ଦ୍ର । ପରିବାର କହିଲେ ୩ଝିଅ ଗୋଟିଏ ପୁଅ ଏବଂ ଘରେ ରୋଗିଣା ସ୍ତ୍ରୀ। ସଂସାର ରଥରେ ଟଲିକୁ ସାରଥି କରି ନିଜର ପରିବାର ଚଳାନ୍ତି ସେଥରୁ ଯାହା ରୋଜଗାର ହୁଏ, ଓଳିକି ଖାଇଲେ ଆରଓଳି ଉପାସ ରହିବାକୁ ପଡୁଛି।

ସରକାରୀ ସୁବିଧା କହିଲେ କେବଳ ୫କେଜି ଚାଉଳରେ ସିମୀତ। ଘରକଥା ନକହିବା ଭଲ । ଘର ଭିତରେ ଦିନରେ ଖରା ରାତିରେ ତାରା ଦେଖିବାକୁ ମିଳେ । ଜରିପାଲ ଟାଣି ଜୀବନ ବିତୁଛି ଏହି ପରିବାରର । ଘରେ ରୋଗିଣା ସ୍ତ୍ରୀର ମେଡ଼ିକାଲ ଖର୍ଚ୍ଚ ବହନ କରିବକୁ ରବୀନ୍ଦ୍ର ଅସମର୍ଥ।ପକ୍କା ଘରଟିଏ ଯୋଗାଇ ଦେବାପାଇଁ ପୂର୍ବତନ ସରପଞ୍ଚ ଏବଂ ଏବେକାର ଜିଆର ଏସ୍ ଘର କରେଇ ଦେବାକୁ କହି ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ରବୀନ୍ଦ୍ର। ହେଲେ ଘରଟିଏ ଦେବା ଦୁରର କଥା ଏହି ପରିବାର କଥା ସମ୍ପୁର୍ଣ୍ଣ ଭୁଲିଗଲେ।ପଡୋଶୀ ମାନଙ୍କ କହିବା କଥା ଏହି ପରିବାର କୁ ସରକାରଙ୍କ ଉପରସ୍ଥ ଅଧିକାରୀ ତଦନ୍ତ କରି ପକ୍କାଘର ସହିତ ମାସିକୁ ୩୫କେଜି ଚାଉଳ ଏବଂ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ