Before Header

ରାହୁଲଙ୍କ ସଂସଦ ଏଣ୍ଟ୍ରି, ଇଣ୍ଡିଆକୁ ବୁଷ୍ଟର ଡୋଜ!

0 18

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହଟିଲା କଟକଣା, ଫେରିଲେ ରାହୁଲ । ସ୍ୱାଗତ କଲା ଇଣ୍ଡିଆ, ଫିକା ପଡ଼ିଲା ଏନଡିଏ । ୧୩୬ ଦିନ ପରେ ରାହୁଲଙ୍କ ସଂସଦ ଏଂଟ୍ରି । ଆଗକୁ ଗୃହରେ ହୋଇପାରେ ଆରପାରର ଲଢେଇ । ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧି ନିଜର ସାଂସଦ ସଦସ୍ୟତା ପଦ ଫେରି ପାଇଛନ୍ତି । ସାଂସଦ ପଦ ପାଇବା ପରେ କଂଗ୍ରେସରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ବିରୋଧୀ ମେଂଟ ‘ଇଣ୍ଡିଆ’ରେ ଖୁସି ମନାଇବା ସହିତ ନିଜ ନିଜ ଭିତରେ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି । ସେପଟେ ଏହି ଖୁସିକୁ ନେଇ ରାହୁଲଙ୍କୁ ମିଳିଛି ଶୁଭେଚ୍ଛାର ବାର୍ତ୍ତା ।

କଂଗ୍ରେସ ସାଂସଦ ପି ଚିଦାମ୍ବରମ୍ କହିଛନ୍ତି ବାଚସ୍ପତି ଏହି ନିଷ୍ପତ୍ତି ନେଇଥିବାରୁ ଆମେ ବେଶ ଖୁସି। ଏବେ ରାହୁଲ ସଂସଦକୁ ଆସିପାରିବେ । ସେହିପରି ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ କହିଛନ୍ତି ଯେ ମୁଁ ରାହୁଲ ଗାନ୍ଧିଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସାଂସଦ ପଦ ଫେରାଇବାରେ ବିଳମ୍ବ ନକରିଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଦେଉଛି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ରାହୁଲ ଗାନ୍ଧୀ ସଦସ୍ୟତା ପୁନରୁଦ୍ଧାର ପାଇଁ ମୁଁ ଅଭିନନ୍ଦନ ଜଣାଉଛି। ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଏହି ନିଷ୍ପତ୍ତି ପରେ ଗଣତନ୍ତ୍ର ଏବଂ କୋର୍ଟ ଉପରେ ବିଶ୍ୱାସ ବୃଦ୍ଧି ପାଇଛି। କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି, “ଆମେ ରାହୁଲଙ୍କୁ ଗୃହକୁ କରୁଛୁ।

ସେପଟେ ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇବା ପରେ ବିଜେପି ନେତା ସୁଶୀଲ ମୋଦି କହିଛନ୍ତି ଯେ ରାହୁଲ ଗାନ୍ଧୀ ଦୋଷମୁକ୍ତ ହୋଇନାହାନ୍ତି । ଏବେ ବି କେସ କୋର୍ଟରେ ବିଚାରାଧୀନ ଅଛି । ଏହା ହେଉଛି ଏକ ସାଧାରଣ ପ୍ରକ୍ରିୟା । ସଦସ୍ୟତାର ପୁନରୁଦ୍ଧାର କଂଗ୍ରେସର ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ମୋଦି ସରନେମ ମାମଲାରେ ବିବାଦୀୟ ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷର ଦଣ୍ଡାଦେଶ ହୋଇଥିଲା । ଯାହାଫଳରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । ଗତ ମାର୍ଚ୍ଚ ୨୪ରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ ।

ମାନହାନି ମାମଲାରେ ରାହୁଲଙ୍କୁ ଚଳିତବର୍ଷ ମାର୍ଚ୍ଚରେ ସୁରଟ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ଏହି ରାୟକୁ କାଏମ ରଖିଥିଲେ। ଏହା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ। ୧୩ ଏପ୍ରିଲ ୨୦୧୯ରେ, କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ରାହୁଲ କହିଥିଲେ ଯେ, ସମସ୍ତ ଚୋରଙ୍କ ସର୍‌ନାମ ମୋଦି କାହିଁକି ହୁଏ? ଏହି ପ୍ରସଙ୍ଗରେ ପୂର୍ଣ୍ଣେଶ ମୋଦି ୨୦୧୯ରେ ତାଙ୍କ ବିରୋଧରେ ଆପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ।

Leave A Reply

Your email address will not be published.